ରୁଦ୍ରମ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

Advertisment
ରୁଦ୍ରମ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର/ଚାନ୍ଦବାଲି : ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆର୍‌ଡିଓ) ପକ୍ଷରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣ୍ଟି ରେଡିଏସନ୍‌ କ୍ଷେପଣାସ୍ତ୍ର ‘ରୁଦ୍ରମ୍‌’ର ସଫଳ ପରୀକ୍ଷଣ ହୋଇଛି।

ଶୁକ୍ରବାର ପୂର୍ବାହ୍ନ ୧୧ଟା ୨୦ ମିନିଟ୍‌ରେ ବ‌ଙ୍ଗୋପସାଗରର ବାଲେଶ୍ବର ଉପକୂଳରୁ ଭାରତୀୟ ବାୟୁସେନାର ଏକ ସୁଖୋଇ-୩୦ ଯୁଦ୍ଧବିମାନରୁ ଏହାକୁ ସଫଳତାର ସହ ପରୀକ୍ଷଣ କରାଯାଇଥିଲା। ଏହି କ୍ଷେପଣାସ୍ତ୍ର ଭାରତର ପ୍ରଥମ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣ୍ଟି ରେଡିଏସନ୍‌ କ୍ଷେପଣାସ୍ତ୍ର। ଏଥିରେ ପାସିଭ୍‌ ହୋମିଂ ସହିତ ଜିପିଏସ୍‌ ନାଭିଗେସନ୍‌ ଅଛି। ପରୀକ୍ଷଣ ବେଳେ ଏହା ସଠିକ୍‌ ଭାବେ ଲକ୍ଷ୍ୟସ୍ଥଳକୁ ଭେଦ କରିଥିଲା। ରୁଦ୍ରମ୍‌ର ଲମ୍ବ ୫.୫ ମିଟର, ଓଜନ ୧୪୦ କେଜି ଓ ଗୋଲେଇ ୨.୨ ମିଟର। ରକେଟ୍‌ ମୋଟର ଦ୍ବାରା ଏହା ପରିଚାଳିତ। ଶତ୍ରୁପକ୍ଷର ରାଡାରକୁ ଟ୍ରାକିଂ କରିବାର ସୁବିଧା ଥିବା ଏହି ସ୍ବୟଂଚାଳିତ କ୍ଷେପଣାସ୍ତ୍ରକୁ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଜରିଆରେ ବିଭିନ୍ନ ଉଚ୍ଚତାରୁ ନିକ୍ଷେପ କରାଯାଇପାରିବ। ଏହାଦ୍ବାରା ଭାରତର ବାୟୁ ସୁରକ୍ଷା ପ୍ରଣାଳୀ ଅଧିକ ଶକ୍ତିଶାଳୀ ହୋଇପାରିବ ବୋଲି ପ୍ରତିରକ୍ଷା ବି‌ଶେଷଜ୍ଞମାନେ ମତ ଦେଇଛନ୍ତି। ସୀମା ବିବାଦକୁ ନେଇ ଚୀନ ସହିତ ଉତ୍ତେଜନା ପରେ ଭାରତ ଇତିମଧ୍ୟରେ ୪ଟି କ୍ଷେପଣାସ୍ତ୍ର ପରୀକ୍ଷଣ କରିସାରିଛି। ରୁଦ୍ରମ୍‌ର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ ମୁଖ୍ୟ ଜି. ସତୀଶରେଡ୍ଡିଙ୍କ ସମେତ ସମସ୍ତ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe