ଆଣ୍ଟି ଏୟାରଫିଲ୍‌ଡ ଯୁଦ୍ଧାସ୍ତ୍ର ‘ଅଭ୍ୟାସ’ର ସଫଳ ପରୀକ୍ଷଣ

Advertisment
ଆଣ୍ଟି ଏୟାରଫିଲ୍‌ଡ ଯୁଦ୍ଧାସ୍ତ୍ର ‘ଅଭ୍ୟାସ’ର ସଫଳ ପରୀକ୍ଷଣ

ବାଲେଶ୍ବର/ଚାନ୍ଦିପୁର : ଚାନ୍ଦିପୁର ଆଇଟିଆର୍‌ ପରୀକ୍ଷଣ କେନ୍ଦ୍ରରୁ ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ଆଣ୍ଟି ଏୟାରଫିଲ୍‌ଡ ଯୁଦ୍ଧାସ୍ତ୍ର ‘ଅଭ୍ୟାସ’ର ଆଜି ବିମାନ ପରୀକ୍ଷଣ ସଫଳ ହୋଇଛି। ‘ଅଭ୍ୟାସ’ର ବେଗ ଶବ୍ଦ ବେଗଠାରୁ ୦.୫ ଗୁଣ ଅଧିକ ଥିବାବେଳେ ଲମ୍ବ ରହିଛି ୨ ମିଟର ୫୮୫ ମିଲିମିଟର। ଏହାର ଲକ୍ଷ୍ୟଭେଦ କ୍ଷମତା ୧୦୦ କିଲୋମିଟର। ‘ଅଭ୍ୟାସ’ର ଉତ୍‌କ୍ଷେପଣ ସମୟରେ ଲଞ୍ଚରରେ ୨ଟି ଶକ୍ତିଶାଳୀ ବୁଷ୍ଟର୍‌ ଓ ଉଡ଼ାଣ ପାଇଁ ଟର୍ବୋଜେଟ୍‌ ଇଞ୍ଜିନ୍‌ ବ୍ୟବହାର କରାଯାଇଥିଲା।

ଏହି ସଫଳ ପରୀକ୍ଷା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ ଭାରତୀୟ ବାୟୁସେନା ଓ ଏହି ମିସନ ସହ ସମ୍ପୃକ୍ତ ଟିମ୍‌କୁ ପ୍ରଶଂସା କରିଛନ୍ତି। ଏଥିସହ, ଏହି ବ୍ୟବସ୍ଥାର ବିକାଶ ସେନାବାହିନୀକୁ ଆହୁରି ଶକ୍ତିଶାଳୀ କରିବ ବୋଲି କହିଛନ୍ତି। ପ୍ରତିରକ୍ଷ‌ା ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ଜି ସତୀଶ ରେଡ୍ଡୀ ‘ଅଭ୍ୟାସ’ ଯୁଦ୍ଧାସ୍ତ୍ରର ସଫଳ ପରୀକ୍ଷଣ ଏହାର ବିଶ୍ବସନୀୟତାକୁ ପ୍ରମାଣିତ କରିଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe