କମ୍‌ ଖର୍ଚ୍ଚରେ କରୁଛନ୍ତି ଅଧିକ ରୋଜଗାର : ଅଳ୍ପ ଜାଗାରେ ଛତୁ ଚାଷ କରି ମାସକୁ ପ୍ରାୟ ୨୦ ହଜାର ଟଙ୍କା ରୋଜଗାର କରି ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଲେ ରବିନାରାୟଣ

Advertisment
କମ୍‌ ଖର୍ଚ୍ଚରେ କରୁଛନ୍ତି ଅଧିକ ରୋଜଗାର : ଅଳ୍ପ ଜାଗାରେ ଛତୁ ଚାଷ କରି ମାସକୁ ପ୍ରାୟ ୨୦ ହଜାର ଟଙ୍କା ରୋଜଗାର କରି ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଲେ ରବିନାରାୟଣ

ବାଲେଶ୍ୱର : କମ୍‌ ଖର୍ଚ୍ଚରେ କରୁଛନ୍ତି ଅଧିକ ରୋଜଗାର। ଚାଷ ଜମି ନଥିବାରୁ ଅଳ୍ପ ଜାଗାରେ ଛତୁ ଚାଷ କରି ମାସକୁ ପ୍ରାୟ ୨୦ହଜାର ଟଙ୍କା ରୋଜଗାର କରି ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ବାଲେଶ୍ୱର ମଥାନି ପଂଚାୟତ ସାନଖୁଡି ଗାଁର ରବିନାରାୟଣ ସାହୁ। ଧିଙ୍ଗିରି ଓ ପାଳଛତୁ ଚାଷ କରି ଏହାକୁ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତ।

publive-image୫୦ରୁ ୫୫ଟଙ୍କା ଖର୍ଚ୍ଚ କରି ଗୋଟିଏ ବ୍ୟାଡ ଧିଙ୍ଗିରି ଛତୁ ଚାଷ କଲେ ୫ରୁ ୭କେଜି ଛତୁ ଅମଳ ହୁଏ। ଏହାକୁ ପ୍ରାୟ ୪୦୦ଟଙ୍କାରେ ବିକ୍ରି କରାହୁଏ। ସେହିପରି ୫୦ରୁ ୫୫ଟଙ୍କା ଖର୍ଚ୍ଚ କରି ଥରେ ପାଳ ଛତୁ ଚାଷ କଲେ ପ୍ରାୟ ୨୦୦ଟଙ୍କାରେ ଏହାକୁ ବିକ୍ରି କରୁଛନ୍ତି। ଏହିପରି ଭାବରେ ରବିନାରାୟଣ ତାଙ୍କ ବାଡିରେ ଏକାଥରକେ ୨୦୦ବ୍ୟାଡ ଛତୁ ଚାଷ କରି ରୋଜଗାରର ପନ୍ଥା ବାହାର କରିଛନ୍ତି।

ଅତ୍ୟାଧୁନିକ ଜ୍ଞାନ କୌଶଳରେ କମ୍‌ ଖର୍ଚ୍ଚରେ ଛତୁ ଚାଷ କରି ବେଶ ଦୁଇ ପଇସା ରୋଜଗାର କରିପାରିବେ ଚାଷୀ। ତେବେ ଏଥିପାଇଁ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ସହାୟତା ମଧ୍ୟ ଯୋଗାଇ ଦିଆଯିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe