ସତୀଭଟା ଦେଉଳି ହାଇସ୍କୁଲ୍‌ ଛାତ୍ରୀଙ୍କ କୃତିତ୍ବ

Advertisment
ସତୀଭଟା ଦେଉଳି ହାଇସ୍କୁଲ୍‌ ଛାତ୍ରୀଙ୍କ କୃତିତ୍ବ

ପଦ୍ମପୁର: ଦିଲ୍ଲୀ ପ୍ରଗତି ମୈଦାନ ବିଜ୍ଞାନ ଭବନଠାରେ ଆୟୋଜିତ ନ୍ୟାସନାଲ ଲେଭେଲ ପ୍ରଦର୍ଶନୀ ପ୍ରକଳ୍ପ ପ୍ରତିଯୋଗିତାରେ ପଦ୍ମପୁର ସତିଭଟା ଦେଉଳି ହାଇସ୍କୁଲର ଛାତ୍ରୀ କଲ୍ୟାଣୀ ସାହୁ କୃତିତ୍ବ ଅର୍ଜନ କରି ପୁରସ୍କୃତ ହୋଇଥିଲେ। ସେ ହାଇଟେକ ବେଡ୍‌ ଏକ ପ୍ରକଳ୍ପ ପ୍ରସ୍ତୁତ କରିଥିଲେ। ଓଡ଼ିଶା ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରଠାରେ କଲ୍ୟାଣୀଙ୍କୁ ସମ୍ବର୍ଧିତ କରିଥିଲେ। ପରେ ନିଜ ଭିଟାମାଟିରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ତାଙ୍କୁ ଗ୍ରାମ ପରିକ୍ରମା କରି ସମ୍ବର୍ଦ୍ଧିତ କରିଥିଲେ।

ନିଜ ବିଦ୍ୟାଳୟକୁ ପ୍ରବେଶ କରିବା ପୂର୍ବରୁ ହାଇଟେକ ବେଡ୍‌ର ରୂପରେଖ ପ୍ରସ୍ତୁତ କରିଥିବା ଶିକ୍ଷକ ସ୍ବର୍ଗତ ଧନଞ୍ଜୟ ସାହୁଙ୍କ ଘରକୁ ଯାଇ ତାଙ୍କର ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସାର୍‌ ଯଦି ବଂଚିଥିଲେ ଖୁସିରେ ମତେ କେତେ ସ୍ନେହ କରିଥାନ୍ତେ ବୋଲି କଲ୍ୟାଣୀ ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ। ପରେ ବିଦ୍ୟାଳୟ ପରିସରରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଗାମୀ ଦିନରେ ଜାପାନଠାରେ ହେବାକୁ ଥିବା ପ୍ରଦର୍ଶନୀରେ ତାଙ୍କର ପ୍ରକଳ୍ପ ସ୍ଥାନିତ କରିବା କାର୍ଯ୍ୟକ୍ରମ ରହିଛି ବୋଲି କଲ୍ୟାଣୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe