Advertisment

ଏମିତି ଏକ ଅପହଞ୍ଚ ଗାଁ: ୭୬ ବର୍ଷ ପରେ ଯେଉଁଠି ଉଡ଼ିଲା ତ୍ରିରଙ୍ଗା

Advertisment
ଏମିତି ଏକ ଅପହଞ୍ଚ ଗାଁ: ୭୬ ବର୍ଷ ପରେ ଯେଉଁଠି ଉଡ଼ିଲା ତ୍ରିରଙ୍ଗା

ସୁନ୍ଦରଗଡ଼: ଦେଶ ମନାଉଛି ସ୍ବାଧୀନତାର ଅମୃତ ମହୋତ୍ସବ। କିନ୍ତୁ ୭୬ ବର୍ଷର ଲମ୍ବା ଯାତ୍ରା ପରେ ଦେଶରେ ଏମିତି ବି ଗାଁ ଅଛି, ଯେଉଁଠି କେବେ ତ୍ରିରଙ୍ଗା ଉଡ଼ି ନାହିଁ। ସେମିତି ଏକ ଗାଁ ସହ ଭେଟ ହୋଇଥିଲା ୭୭ ତମ ସ୍ବାଧୀନତା ଦିବସରେ। ଗାଁଟି ରହିଛି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ୍‌ ରାଜବାହାଲ ପଞ୍ଚାୟତରେ। ୧୫ ପରିବାରକୁ ନେଇ ପାହାଡ଼ ଉପରେ ଥିବା ଏହି ଗାଁର ନାଁ ଜୁନିଆନି। ଏବେ ବି ଗାଁର ଗୁରୁତର ରୋଗୀ ଓ ଗର୍ଭ ବେଦନାରେ ଛଟପଟ ହେଉଥିବା ମହିଳାଙ୍କୁ ଦୋଳା ହିଁ ଭରସା। ଆବୁଡ଼ାଖାବୁଡ଼ା ପାହାଡ଼ି ରାସ୍ତାରେ ୪ କିଲୋମିଟର ବୋହି ଆଣିଲା ପରେ ମିଳେ ଆମ୍ବୁଲାନ୍ସ। ଶିକ୍ଷା, ସ୍ବାସ୍ଥ୍ୟ ସହ ବିଦ୍ୟୁତ, ମୋବାଇଲ ସେବା ଏଯାଏ ପାହାଡ଼ ଉପରକୁ ଚଢ଼ି ପାରି ନାହିଁ। ୭୬ ବର୍ଷ ପରେ ବି ଜୀବନ ଧାରଣର ସାମାନ୍ୟତମ ମୌଳିକ ସୁବିଧାଠାରୁ ବହୁ ଦୂରରେ ଜୀବନ ସଂଘର୍ଷରେ ମାତିଥିବା ଲୋକଙ୍କ ପାଇଁ ସ୍ବାଧୀନତା ଦିବସ କ'ଣ, ତ୍ରିରଙ୍ଗା କ'ଣ! ତେବେ ଓଡ଼ିଶା ମୂଳବାସୀ ଛାତ୍ର ସଂଗଠନ ଉଦ୍ୟମରେ ଚଳିତ ବର୍ଷ ଏଠାରେ ପ୍ରଥମ ଥର ପାଇଁ ଉଡ଼ିଥିଲା ତ୍ରିରଙ୍ଗା। ୱାର୍ଡସଭ୍ୟ ଓ ଗ୍ରାମବାସୀ ଉପସ୍ଥିତିରେ ଛାତ୍ର ସଂଗଠନର କର୍ମକର୍ତ୍ତା ଗାଁ ପାଇଁ ସ୍ବର ଉଠାଇବାକୁ ନେଇଥିଲେ ଶପଥ। ଲୋକଙ୍କ ମନରେ ଏବେ ବଡ଼ ଆଶାଟେ ସୃଷ୍ଟି ହୋଇଛି, ପାହାଡ଼ ଉପରକୁ ତ୍ରିରଙ୍ଗା ଆସିଲା, ଏବେ ଗାଁକୁ ସୁବିଧା ପହଞ୍ଚିବ। ‌‌

ଉତ୍ସବରେ ଛାତ୍ର ସଂଗଠନ ଓଡ଼ିଶା ପ୍ରଦେଶ ଅଧକ୍ଷ ଦେବଲୋଚନ କୁମୁରା, ଉପାଧକ୍ଷ ଚନ୍ଦ୍ରଭାନୁ ଜୁରା, ସଂଯୋଜକ ନରେନ୍ଦ୍ର ପୁଟା, ବରିଷ୍ଠ ଆଇନଜୀବୀ ଦୀପକ ସାହୁ, ଯୁବ ସମାଜସେବୀ ପାଉଲ ମେହେର, ଶୁଭମ ମହାପାତ୍ର, ବରିଷ୍ଠ ସମାଜସେବୀ ଶନିଶ୍ଚର ବେହେରା, ମୂଳବାସୀ ଛାତ୍ର ସଂଗଠନ ଭାରତ ସମ୍ପାଦକ ଦୁଷ୍ମନ୍ତ ଭୋଇ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe