ଜୟପୁରସ୍ଥିତ ଗୋପବନ୍ଧୁ ଆଶ୍ରମରେ ଛାତ୍ରଙ୍କ ଆତ୍ମହତ୍ୟା

ପତାକା ଉତ୍ତୋଳନକୁ ନେଇ ସଂଘର୍ଷ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା

image source--sisat

ଜୟପୁର: କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଗୋପବନ୍ଧୁ ଆଶ୍ରମରେ ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଛାତ୍ରଜଣକ ଗାଧୁଆ ଘରେ ବେକରେ ଗାମୁଛା ଲଗେଇ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି।

ଆଜି ସକାଳୁ ଜଣେ ଛାତ୍ରଙ୍କ ସହ ତାଙ୍କର ଝଗଡ଼ା ହୋଇଥଲା ବେଳେ ଅନଥାଶ୍ରମର ଅଧୀକ୍ଷକ ଆସି ଏହାର ସମାଧାନ କରିଥିଲେ। ହେଲେ କିଛି ସମୟ ପରେ ଉକ୍ତ ଛାତ୍ରଜଣକ ଭିତର ପଟୁ କବାଟ ବନ୍ଦ କରି ବେକରେ ଗାମୁଛା ଲଗେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଏହା ଜଣାଯିବା ପରେ କବାଟ ଭଙ୍ଗା ଯାଇଥିଲା। ଏହାପରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା।

publive-image

ସେ ପଞ୍ଚମ ଶ୍ରେଣୀରେ ପରବେଢା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଢ଼ୁଥିବା ବେଳେ ଅନଥାଶ୍ରମରେ ରହୁଥିଲେ।

ଖବର ପାଇ ଘଟଣାସ୍ଥଳରେ ସିଡବ୍ଲୁସି, ପୁଲିସ, ଉପଜିଲ୍ଲାପାଳ, ବିଡ଼ିଓ ଓ ଡିସିପିଓ ପ୍ରମୁଖ ପହଞ୍ଚିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe