କାଲିମେଳା: ଆଦିବାସୀ ଛାତ୍ରୀର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

Advertisment
କାଲିମେଳା: ଆଦିବାସୀ ଛାତ୍ରୀର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

image source-odishabytes.com

କାଲିମେଳା:  ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ମରିଗେଟା ଗ୍ରାମର ଜଣେ ଚଉଦ ବର୍ଷର ଆଦିବାସୀ ନାବାଳିକା ବିଷ ପିଇ ଆତ୍ମହତ୍ୟା କରିଥିବାର ଜଣାପଡ଼ିଛି। ଗତ କାଲି ଏହି ନାବାଳିକା ଜଣକ କୌଣସି କାରଣରୁ ବିଷ ପିଇ ଦେଇଥିଲା। ଏହାପରେ ତାକୁ କାଲିମେଳା ମେଡିକାଲକୁ ଅଣାଯାଇଥିଲା। ଡାକ୍ତର ଚିକିତ୍ସା କରିବାରୁ ଟିକେ ସୁସ୍ଥ ହୋଇଥିଲା, କିନ୍ତୁ ଆଜି ସକାଳେ ନାବାଳିକାର କାଲିମେଳା ମେଡିକାଲରେ ହିଁ ମୃତ୍ୟୁ ହୋଇଯାଇଛି।

ଉକ୍ତ ଛାତ୍ରୀ ଜଣକ ଗ୍ରୁମ୍ପାକୋଣ୍ଡା ଆଶ୍ରମ ବିଦ୍ୟାଳୟରେ ପାଠ ପଢ଼ୁଥିଲେ। ତେବେ ଆତ୍ମହତ୍ୟାର କାରଣ ଜଣା ପଡ଼ିନାହିଁ। ଏ ସମ୍ପର୍କରେ କାଲିମେଳା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରା ଯାଇଥିବାର ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe