କରୋନା ଯୋଦ୍ଧା ଭାବେ କାମ କରୁଥିବା ଶିକ୍ଷକ ପୁଅର ମୃତ୍ୟୁ ଖବର ପାଇ ଦଉଡ଼ି ଦେଇ ଆତ୍ମହତ୍ୟା କଲେ ପିତାମାତା

Advertisment
କରୋନା ଯୋଦ୍ଧା ଭାବେ କାମ କରୁଥିବା ଶିକ୍ଷକ ପୁଅର ମୃତ୍ୟୁ ଖବର ପାଇ ଦଉଡ଼ି ଦେଇ ଆତ୍ମହତ୍ୟା କଲେ ପିତାମାତା

image source-sisat

କବିସୂର୍ଯ୍ୟନଗର: କରୋନା ଯୋଦ୍ଧା ଭାବେ କାମ କରୁଥିବା ଶିକ୍ଷକ ପୁଅର ମୃତ୍ୟୁ ଖବର ପାଇ ପିତାମାତା ଆତ୍ମହତ୍ୟା କରିବା ଘଟଣା ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏମିତି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ନାରାୟଣପୁର ଶାସନରେ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ୧ ତାରିଖରେ ନାରାୟଣପୁର ଶାସନର କରୋନା ଯୋଦ୍ଧା ସୀମାଞ୍ଚଳ ଶତପଥୀ(୨୭) ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପରିବାର ଲୋକେ ଭୁବନେଶ୍ଵରର ସମ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ତାଙ୍କଠାରେ ସେ ମହାମାରୀ ‘କରୋନା’ର ଲକ୍ଷଣ ଦେଖା ଦେବା ପରେ ସୀମାଞ୍ଚଳଙ୍କର ସ୍ବାବ୍ ପରୀକ୍ଷା କରାଯାଇଥିଲା। ତାଙ୍କର ରିପୋର୍ଟ ବି ପଜିଟିଭ୍ ଆସିଥିଲା।
ଏହାରି ଭିତରେ ଗତକାଲି ସକାଳେ ସୀମାଞ୍ଚଳଙ୍କର ମୃତ୍ୟୁ ଘଟିଥିଲା। ପୁଅର ମୃତ୍ୟୁ ଖବର ପାଇ ବାପା ରାଜ କିଶୋର ଶତପଥୀ ଓ ମା’ ସୁଲୋଚନା ଭାଙ୍ଗି ପଡ଼ିଥିଲେ।

publive-image
ମାନସିକ ଭାରସାମ୍ୟ ହରାଇ ବାପା ରାଜ କିଶୋର ଘର ନିକଟରେ ଥିବା  ସାପୁଆ ବସା (ଜଙ୍ଗଲ) ନିକଟରେ ଥିବା ଏକ ବରଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ସେପଟେ ମା’ ସୁଲୋଚନା ନିଜ ଘରେ ଦଉଡ଼ି ଦେଇ ଆତ୍ମହତ୍ୟା ଦେଇଥିଲେ। କରୋନା ଭୟରେ ଗାଁ ଲୋକେ ମୃତଦେହ ପାଖକୁ ଯାଉନଥିବା ବେଳେ କବିସୂର୍ଯ୍ୟନଗର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe