ବେକରେ ଲୁଗା ଦେଇ ଯୁବକଙ୍କ ଆତ୍ମହତ୍ୟା

Advertisment
ବେକରେ ଲୁଗା ଦେଇ ଯୁବକଙ୍କ ଆତ୍ମହତ୍ୟା

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାରିପଦା ଟାଉନ ଥାନା ଅନ୍ତର୍ଗତ ମଧୁବନ ଅଞ୍ଚଳରେ ଜଣେ ଯୁବକ ବେକରେ ଲୁଗା ଦେଇ ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଛି।ମୃତ ଯୁବକ ଜଣକ ହେଉଛି ସ୍ଥାନୀୟ ଅଞ୍ଚଳର ବିଷ୍ଣୁଚରଣ ବାରିକଙ୍କ ସାନପୁଅ କାର୍ତ୍ତିକ ଚରଣ ବାରିକ (୩୦)।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କିଛିଦିନ ହେବ ସେ ମାନସିକ ଅଶାନ୍ତି ମଧ୍ୟରେ ଗତି କରୁଥିଲେ। ରବିବାର ଦିନ ସକାଳ ସମୟରେ ଯୁବକ ଜଣକ ବେକରେ ଫାଶୀ ଦେଇଥିବାର ଦେଖି ପରିବାର ପକ୍ଷରୁ ଲୁଗା ଖୋଲି ତାଙ୍କୁ ୧୦୮ ଅମ୍ବୁଲାନ୍ସରେ ପିଆରଏମ୍ ମେଡିକାଲକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe