ସାନ୍ତାଳୀ ଭାଷାରେ ଶପଥ ନେଲେ ସୁଦାମ

Advertisment

ଗଣମାଧ୍ୟମ ପାଇଁ ଅବ୍ୟବସ୍ଥା, ଅସହ୍ୟ ଗରମ, ବିଜେପି ବିଧାୟକ ଆସିଲେନି

ଗଣମାଧ୍ୟମ ପାଇଁ ଅବ୍ୟବସ୍ଥା, ଅସହ୍ୟ ଗରମ, ବିଜେପି ବିଧାୟକ ଆସିଲେନି

ସାନ୍ତାଳୀ ଭାଷାରେ ଶପଥ ନେଲେ ସୁଦାମ

ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ବେଳେ ମୟୂରଭଞ୍ଜ ଜିଲ୍ଲାରୁ ଏକମାତ୍ର ମନ୍ତ୍ରୀ ଭାବେ ଶପଥ ନେଇଥି‌େଲ ସୁଦାମ ମାରାଣ୍ଡି। ସେ ସାନ୍ତାଳୀ ଭାଷାରେ ଶପଥ ଗ୍ରହଣ କରିଥିଲେ। ଏହା ବେଶ୍‌ ଆଲୋଚନାର ବିଷୟ ହୋଇଥିଲା। ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ପ୍ରେମାନନ୍ଦ ନାୟକ ଇଂରାଜୀରେ ଶପଥ ନେଇଥି‌ଲା ବେଳେ ଅନ୍ୟ ସବୁ ମନ୍ତ୍ରୀ ଓଡ଼ିଆରେ ଶପଥ ଗ୍ରହଣ କରିଥିଲେ।

ଗଣମାଧ୍ୟମ ପାଇଁ ଅବ୍ୟବସ୍ଥା

ପ୍ରଥମ ଥର ପାଇଁ ରାଜଭବନ ବାହାରେ ଶପଥ ପାଠ ଉତ୍ସବ ଆ‌ୟୋଜନ କରାଯାଇଥିଲା। ଏଥି ପାଇଁ ବିଶାଳ ପ୍ରସ୍ତୁତି କରାଯାଇଥିଲା। ପାଞ୍ଚ ହଜାରରୁ ଅଧିକ ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା ହୋଇଥିଲା। କିନ୍ତୁ ଗଣମାଧ୍ୟମ ପାଇଁ ସମ୍ପୂର୍ଣ୍ଣ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଗଣମାଧ୍ୟମ ପ୍ରତିନିଧିମାନେ କେଉଁଠି ବସି କାର୍ଯ୍ୟକ୍ରମର ଖବର ସଂଗ୍ରହ କରିବେ ଓ କେଉଁଠାରୁ ଫଟୋ ଉଠାଇବେ, ତାହାକୁ ବ୍ୟବସ୍ଥିତ କରାଯାଇ ନ ଥିଲା। ଫଳରେ ଖବର ସଂଗ୍ରହ କ୍ଷେତ୍ରରେ ଗଣମାଧ୍ୟମ ପ୍ରତିନିଧିମାନେ ବହୁ ଅସୁବିଧାର ସାମ୍ନା କରିଥିଲେ।

ଅସହ୍ୟ ଗରମ

ଶପଥ ଗ୍ରହଣ ଉତ୍ସବ ପାଇଁ ରାଜ୍ୟ ବାହାରୁ ସ୍ବତନ୍ତ୍ର ଟେଣ୍ଟ୍‌ ଆଣି କରାଯାଇଥିଲା। ପୂରା ଉତ୍ସବ ସ୍ଥଳକୁ ଶୀତତାପ ନିୟନ୍ତ୍ରିତ କରାଯାଇଥିଲା। କିନ୍ତୁ ଶପଥ ଗ୍ରହଣ ସମୟରେ ଖଚାଖଚ ଭିଡ଼ ହୋଇଥିଲା। ଯେହେତୁ ଚାରିପଟୁ ଟେଣ୍ଟ୍‌ ଲଗାଯାଇଥିଲା, ତେଣୁ ଭିତରେ ଅସହ୍ୟ ଗରମ ହୋଇଥିଲା। ଏସିଗୁଡ଼ିକ ଥାଇ ବି ନ ଥିଲା ପରି ଅନୁଭବ ହେଲା।

ବିଜେପି ବିଧାୟକ ଆସିଲେନି

ଆଜିର ଶପଥ ଗ୍ରହଣ ଉତ୍ସବରେ କୌଣସି ବିଜେପି ବିଧାୟକଙ୍କୁ ଦେଖିବାକୁ ମିଳି ନ ଥିଲା। ବହୁ ବିଜେପି ବିଧାୟକ ଭୁବନେଶ୍ବରରେ ଥିଲେ ବି ଆସି ନ ଥିଲେ। ତେବେ ସେମାନଙ୍କୁ କେହି ନିମନ୍ତ୍ରଣ କରି ନ ଥିଲେ ବୋଲି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଗଣମାଧ୍ୟମକୁ କହିଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋଙ୍କୁ ଉତ୍ସବରେ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe