ଦଳବିରୋଧୀ କାର୍ଯ୍ୟ: ସୁନ୍ଦରଗଡ଼ ଜିଲ୍ଲା ଯୁବ ବିଜେଡି ଉପସଭାପତି ନିଲମ୍ବିତ

Advertisment
ଦଳବିରୋଧୀ କାର୍ଯ୍ୟ: ସୁନ୍ଦରଗଡ଼ ଜିଲ୍ଲା ଯୁବ ବିଜେଡି ଉପସଭାପତି ନିଲମ୍ବିତ

ସୁନ୍ଦରଗଡ଼: ଚଳିତ ପୌର ଉପନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଜିଲ୍ଲା ଯୁବ ବିଜେଡି ଉପସଭାପତି ସୁମନ୍ତ ସାହୁଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ସୁନ୍ଦରଗଡ଼ ୱାର୍ଡ ନମ୍ବର ୧୬ର ବିଜେଡି ପ୍ରାର୍ଥୀ ସୁମନ୍ତ ପଣ୍ଡାଙ୍କ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଦଳର ପୂର୍ବତନ କାଉନସିଲର ଶ୍ରୀ ସାହୁ ନିର୍ବାଚନ ଲଢୁଛନ୍ତି। ଏହାକୁ ନେଇ ରାଜ୍ୟ ବିଜୁ ଯୁବ ଜନତା ଦଳ ସଭାପତି ଡ. ବ୍ୟମୋକେଶ ରାୟଙ୍କ ନିର୍ଦେଶ କ୍ରମେ ସ୍ୱାଧୀନ ପ୍ରାର୍ଥୀ ସୁମନ୍ତ ସାହୁଙ୍କୁ ଦଳରୁ ନିଲମ୍ବନ କରାଯାଇଛି ବୋଲି ଜିଲ୍ଲା ସଭାପତି ଦେବେନ୍ଦ୍ର ପ୍ରସାଦ ମାଝୀ ଏକ ପ୍ରେସ ବିବୃତିରେ ଘୋଷଣା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe