ଭୁବନେଶ୍ବର : ଏଆଇସିସି ଅଧିନରେ କାର୍ଯ୍ୟ କରୁଥିବା ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷା ମିନାକ୍ଷୀ ନଟରାଜନ୍ ଓଡ଼ିଶା ପାଇଁ ସୁଦର୍ଶନ ଦାସଙ୍କୁ ଏହି ସଂସ୍ଥାର ରାଜ୍ୟ ଅଧ୍ୟକ୍ଷ ଦାୟିତ୍ବ ଦେଇଛନ୍ତି। ଏହି ସଂଗଠନ ଭାରତୀୟ ଜାତୀୟ କଂଗ୍ରେସ ଦଳର ଏକ ଛାମୁଆ ସଂଗଠନ ଭାବରେ କାର୍ଯ୍ୟକରି ଆସୁଛି। ବିଶେଷକରି ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରାଇବା ସହିତ ତୃଣମୂଳ ସ୍ତରରେ ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା କ୍ଷେତ୍ରରେ ଏହାର ଭୂମିକା ଦେଶରେ ଗୁରୁତ୍ବପୂର୍ଣ୍ଣ। ଗାନ୍ଧୀ, ବାବାସାହେବ ଆମ୍ବେଦକରଙ୍କ ଆଦର୍ଶକୁ ମୂଳମନ୍ତ୍ର ଭାବରେ ଗ୍ରହଣ କରି ଗ୍ରାମ ସ୍ବରାଜ ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା କ୍ଷେତ୍ରରେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଗଠନ ବିଭିନ୍ନ କାର୍ଯ୍ୟକ୍ରମ କରି ଆସୁଛି। ଓଡ଼ିଶାରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ ଓ ଶକ୍ତିଶାଳୀ କରିବା ପାଇଁ ଶ୍ରୀ ଦାସଙ୍କୁ ଅଧ୍ୟକ୍ଷ ଭାବରେ ଦାୟିତ୍ବ ଦିଆଯାଇଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ କିପରି ତାର ଶକ୍ତି ପ୍ରଦର୍ଶନ କରିପାରିବ ସେ ଦିଗରେ ଶ୍ରୀ ଦାସ କାର୍ଯ୍ୟ କରିବେ। ଏହି ପଦରେ ନିଯୁକ୍ତ ହୋଇଥିବାରୁ ଶ୍ରୀ ଦାସ ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us