ଆମେରିକା ଷ୍ଟେଟ୍‌ ଆଇଭିଏଲ୍‌ପି କାର୍ଯ୍ୟକ୍ରମରେ ଯୋଗଦେବେ ସୁଦର୍ଶନ ପଟ୍ଟନାୟକ

ଆମେରିକା ଷ୍ଟେଟ୍‌ ଆଇଭିଏଲ୍‌ପି କାର୍ଯ୍ୟକ୍ରମରେ ଯୋଗଦେବେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆମେରିକା ସରକାର ପକ୍ଷରୁ ଅଗଷ୍ଟ ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ଷ୍ଟେଟ୍‌ ଆଇଭିଏଲ୍‌ପି ଆଦାନପ୍ରଦାନ କାର୍ଯ୍ୟକ୍ରମ। ‘କଳା ଜରିଆରେ ସାମାଜିକ ପରିବର୍ତ୍ତନ’ ଆଧାରିତ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଯୋଗଦେବେ। ସେ ଭାରତରୁ ଏକମାତ୍ର କଳାକାର ଭାବେ ଏହି ଆନ୍ତର୍ଜାତିକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ଆମେରିକା ସରକାରଙ୍କ ପକ୍ଷରୁ ଶ୍ରୀ ପଟ୍ଟନାୟକଙ୍କୁ ଏଥିପାଇଁ ନିମନ୍ତ୍ରଣ କରାଯାଇଛି। ଆମେରିକା ଗସ୍ତ ପୂର୍ବରୁ ହାଇଦ୍ରାବାଦରେ ଆମେରିକା କନ୍‌ସୁଲେଟ୍‌ ଜେନିଫର ଲାରସନ୍‌ଙ୍କୁ ଭେଟିଛନ୍ତି ଶ୍ରୀ ପଟ୍ଟନାୟକ।

ଆମେରିକା କନ୍‌ସୁଲେଟ୍‌ ଜେନିଫର ଲାରସନ୍‌ ଶ୍ରୀ ପଟ୍ଟନାୟକଙ୍କୁ ଭେଟି ଖୁସିବ୍ୟକ୍ତ କରିବା ସହ ଆଗାମୀ ଆମେରିକା ଗସ୍ତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ବାଲୁକାଶିଳ୍ପୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଆମେରିକା ସରକାରଙ୍କ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରମୁଖ ଲକ୍ଷ୍ୟ ହେଉଛି, କଳା ଜରିଆରେ ସାମାଜିକ ପରିବର୍ତ୍ତନର ଦିଗ ଉପରେ ଭାବର ଆଦାନପ୍ରଦାନ। କଳାକାରମାନେ ନିଜର ଭାବକୁ ଅନ୍ୟମାନଙ୍କ ଆଗରେ ବ୍ୟକ୍ତ କରିବେ। ଏହି କାର୍ଯ୍ୟକ୍ରମକୁ ୨୩ଟି ଦେଶର କଳାକାରଙ୍କୁ ନିମନ୍ତ୍ରଣ କରାଯାଇଛି। ଆମେରିକାର ବିଭିନ୍ନ ରାଜ୍ୟରେ ମାସେ ଧରି ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe