ବାଲୁକା କଳାରେ ସୁଦର୍ଶନଙ୍କ ବିଶ୍ବ ରେକର୍ଡ

ବାଲୁକା କଳାରେ ସୁଦର୍ଶନଙ୍କ ବିଶ୍ବ ରେକର୍ଡ

ପୁରୀ: ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ହକି ବିଶ୍ବକପ୍‌ ଉପଲକ୍ଷେ କଟକ ମହନଦୀ କୂଳରେ କରିଥିବା ୧୦୫ ଫୁଟର ଲମ୍ବର ହକି ଷ୍ଟିକ୍‌ର ବାଲୁକା କଳା ବିଶ୍ବ ରେକର୍ଡ କରିଛି। ସବୁଠୁ ବଡ଼ ଲମ୍ବା ହକିଷ୍ଟିକ୍‌ ଭାବେ ଏହା ୱାର୍ଲଡ ରେକର୍ଡ ଅଫ୍‌ ଇଣ୍ଡିଆରେ ସ୍ଥାନ ପାଇଛି। ୱାର୍ଲଡ ରେକର୍ଡ ଅଫ୍‌ ଇଣ୍ଡିଆର ପ୍ରତିଷ୍ଠାତା ପାଭନ୍‌ ସୋଲାଙ୍କି, ବିଭାଗୀୟ ମୁଖ୍ୟ ସୁଷମା ନର୍ଭେକର ଓ ବରିଷ୍ଠ ବିଚାରପତି ସଂଜୟ ନର୍ଭେକର ଶ୍ରୀ ପଟ୍ଟନାୟକଙ୍କ ଏହି ହକି ଷ୍ଟିକ୍‌ର ବାଲୁକା କଳାକୁ ସବୁଠୁ ଲମ୍ବା ହକି ଷ୍ଟିକ୍‌ର ବାଲୁକା କଳା ମାନ୍ୟତା ଦେଇଛନ୍ତି। ଆଜି ଶ୍ରୀ ପଟ୍ଟନାୟକଙ୍କୁ ୱାର୍ଲଡ ରେକର୍ଡ ଅଫ୍‌ ଇଣ୍ଡିଆ ପ୍ରମାଣପତ୍ର ବି ପ୍ରଦାନ କରିଛନ୍ତି।

ସୂଚନା ଯୋଗ୍ୟ, ଶ୍ରୀ ପଟ୍ଟନାୟକ ବାଲିରେ ତିଆରି କରିଥିବା ୧୦୫ ଫୁଟ ଲମ୍ବର ଏହି ହକି ଷ୍ଟିକ୍‌ ପାଇଁ ୫ହଜାର ହକି ବଲ୍‌ ବ୍ୟବହାର କରିଥିଲେ। ୧୫ଜଣ ଛାତ୍ରଙ୍କ ସହଯୋଗରେ ସେ ଏହି କଳାକୁ ପୂର୍ଣ୍ଣରୂପ ଦେଇଥିଲେ। ଆଜିର ଏହି ମାନ୍ୟତା ପରେ ଶ୍ରୀ ପଟ୍ଟନାୟକଙ୍କ ଖୁସିବ୍ୟକ୍ତ କରିବା ସହ ସମସ୍ତ ଶୁଭେଚ୍ଛୁଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe