ବିଜେଡି ଛାଡ଼ିଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ: ଦଳରେ ନେତା ଅଲୋଡ଼ା, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ହେଉନି

Advertisment

କ୍ଷମତା ପାଇଁ ବିଜେପିର ‘ବି’ ଟିମ୍‌ ହୋଇଯାଇଛି ବିଜେଡି

କ୍ଷମତା ପାଇଁ ବିଜେପିର ‘ବି’ ଟିମ୍‌ ହୋଇଯାଇଛି ବିଜେଡି

ବିଜେଡି ଛାଡ଼ିଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ: ଦଳରେ ନେତା ଅଲୋଡ଼ା, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ହେଉନି

ବାଲେଶ୍ବର: ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଯେନା ଆଜି ବିଜେଡିର ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି। ବାଲେଶ୍ବର ହେରିଟେଜ୍‌ କଲ୍ୟାଣ ମଣ୍ଡପରେ ଆଜି ସାମ୍ବାଦିକ ସମ୍ମିଳନୀ ଡାକି ସେ ଏ ସମ୍ପର୍କରେ ସୂଚନା ଦେବା ସହ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫାପତ୍ର ପଠାଇଥିବା କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଯେନା ନିଜ ଅସନ୍ତୋଷ ଜାହିର କରିଥିଲେ। ସେ କହିଥିଲେ, ବିଜେପି ଭଳି ସାମ୍ପ୍ରଦାୟିକତାରେ ବିଶ୍ୱାସ କରୁଥିବା ଏକ ଦଳ ସହ ବିଜେଡି ପୁଣିଥରେ ମେଣ୍ଟ କରିବାକୁ ଅଣ୍ଟା ଭିଡ଼ିବା ତାଙ୍କୁ ସବୁଠାରୁ ଅଧିକ ବ୍ୟଥିତ କରିଛି।

ଏବେ ତ ବିଜେଡି, ବିଜେପିର ‘ବି’ ଟିମ୍‌ ଭଳି କାମ କରୁଛି। ତା’ ଛଡ଼ା ଦଳରେ ନେତା ନୁହେଁ, ବାବୁଗିରିକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି। କିଛି କୁଚକ୍ରୀ ଗୋଷ୍ଠୀଙ୍କ କଥାରେ ପରିଚାଳିତ ହୋଇ ଦଳର ଶୀର୍ଷ ନେତୃତ୍ୱ ତାଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କୁ ଅଣଦେଖା କରୁଛନ୍ତି। ବହୁ ଚେଷ୍ଟା କରି ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିଲେନି। ତେଣୁ ଏମିତି ଦଳରେ ରହିବା ଅପେକ୍ଷା ନ ରହିବା ଭଲ। ରେମୁଣାବାସୀଙ୍କ ସ୍ବାଭିମାନ ପାଇଁ ଖୁବଶୀଘ୍ର ସେ ଧର୍ମନିରପେକ୍ଷ ଦଳ କଂଗ୍ରେସରେ ସାମିଲ ହେବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ୨୦୦୯ରେ ରେମୁଣା ନୂଆ ବିଧାନସଭା ଆସନ ହେବା ପରେ ବିଜେଡି ଟିକେଟରୁ ଶ୍ରୀ ଯେନା ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ରେ ବିଜେପି ପ୍ରାର୍ଥୀ ଗୋବିନ୍ଦଚନ୍ଦ୍ର ଦାସଙ୍କଠାରୁ ସେ ପରାଜିତ ହୋଇଥିବା ବେଳେ ୨୦୧୯ରେ ବିଜେଡି ତାଙ୍କ ବଦଳରେ ସୁଧାଂଶୁ ଶେଖର ପରିଡ଼ାଙ୍କୁ ଟିକେଟ୍ ଦେଇଥିଲା ଓ ଶ୍ରୀ ପରିଡ଼ା ବିଜୟୀ ମଧ୍ୟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe