ଯୁବ ଇଞ୍ଜିନିୟରଙ୍କ ଆକସ୍ମିକ ମୃତ୍ୟୁ

ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ଇବ୍ ଥର୍ମାଲ: ଓପିଜିସିରେ କାର୍ଯ୍ୟରତ ଜଣେ ଯୁବ ଇଞ୍ଜିନିୟରଙ୍କ ଆକସ୍ମିକ ମୃତ୍ୟୁ ହୋଇଯାଇଛି। ଯୁବ ଇଞ୍ଜିନୟର ମିହିର ସେନ ସିଂହ(୩୭) ଡେସ୍କ ଇଞ୍ଜିନିୟର ଭାବରେ ଏଠାରେ କାର୍ଯ୍ୟ କରୁଥିଲେ। ଇବ୍ ତାପଜ ବିଦ୍ୟୁତ କେନ୍ଦ୍ରରେ ସନ୍ଧ୍ୟା ୭ଟାରେ କାର୍ଯ୍ୟ କରୁଥିବା ବେଳେ ସେ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ପ୍ରକଳ୍ପ ଚିକିତ୍ସାଳୟକୁ ନିଆ ଯାଇଥିଲା।

ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସମ୍ବଲପୁର ବିକାଶ ହସ୍ପିଟାଲକୁ ନିଆଯାଇ ଥିଲା। ତେବେ ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ବିଧବା ପତ୍ନୀ ଓ ଦୁଇଜଣ ଝିଅ ଅଛନ୍ତି। ତାଙ୍କ ମୃତ୍ୟୁରେ କଲୋନୀ ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe