ହଠାତ୍ ଟ୍ରକ୍‌ରେ ଲାଗିଲା ନିଆଁ, ତଳକୁ ଡେଇଁ ଜୀବନ ବଞ୍ଚାଇଲେ ଡ୍ରାଇଭର

Advertisment
ହଠାତ୍ ଟ୍ରକ୍‌ରେ ଲାଗିଲା ନିଆଁ, ତଳକୁ ଡେଇଁ ଜୀବନ ବଞ୍ଚାଇଲେ ଡ୍ରାଇଭର

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଫରେଷ୍ଟ ଅଫିସ ଛକ ନିକଟରେ ଏକ ଅଘଟଣ ଘଟିଛି। ଏକ ଟ୍ରକ୍‌ ଷ୍ଟାର୍ଟ କରୁଥିବା ସମୟରେ ଏଥିରେ ହଠାତ୍‌ ନିଆଁ ଲାଗିଯାଇଛି। ଆଖି ପିଛୁଳାକେ ଟ୍ରକ୍ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା । ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।

ସୂଚନା ଅନୁସାରେ ଏକ ବାଲି ବୋଝେଇ ଟ୍ରକ୍‌ ଟାଙ୍ଗୀ ଫରେଷ୍ଟ ଅଫିସ ଛକ ନିକଟରେ ଗୁରୁବାର ସକାଳେ ପହଞ୍ଚିଥିଲା। ସେଠାରେ ଏହା ବାଲି ଅନଲୋଡ କରିଥିଲା। ଏହା ପରେ ଡ୍ରାଇଭର ଫେରିବା ପାଇଁ ଟ୍ରକ୍ ଷ୍ଟାର୍ଟ କରୁଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା । ଟ୍ରକ୍ ଜଳିବାକୁ ଲାଗିବାରୁ ଡ୍ରାଇଭର ପ୍ରାଣ ବିକଳରେ ତଳକୁ ଡେଇଁ ପଡ଼ି ନିଜ ଜୀବନ ରକ୍ଷା କରି ଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe