ଆଇୱା ‘କୁଇନ୍‌ ଅଫ୍‌ ୟୁନିଭର୍ସ’ ପ୍ରତିଯୋଗିତାରେ ସୁଧା ଶ୍ରେଷ୍ଠ

ଆଇୱା ‘କୁଇନ୍‌ ଅଫ୍‌ ୟୁନିଭର୍ସ’ ପ୍ରତିଯୋଗିତାରେ ସୁଧା ଶ୍ରେଷ୍ଠ

ଝାରସୁଗୁଡ଼ା : ସେପ୍ଟେମ୍ବର ୧୨ରୁ ଅକ୍ଟୋବରରୁ ୧୭ ପର୍ଯ୍ୟନ୍ତ ଦେଶର ବଛା ବଛା ପ୍ରତିଯୋଗୀଙ୍କୁ ନେଇ ଆଇୱା ଦ୍ବାରା ଆୟୋଜିତ ହୋଇଥିଲା ‘ପପୁଲାର କୁଇନ୍ ଅଫ ୟୁନିଭର୍ସ’ ପ୍ରତିଯୋଗିତା। ଉକ୍ତ ପ୍ରତିଯୋଗିତାରେ ଝାରସୁଗୁଡ଼ା ଜିଲ୍ଲାର ସୁଧା ଅବସ୍ତି ଭାଗ ନେଇ କୃତିତ୍ବ ଅର୍ଜନ କରିଛନ୍ତି। ଏହା ପୂର୍ବରୁ ୨୦୧୯ ସେପ୍ଟେମ୍ବର ମାସରେ ମଧ୍ୟ ସେ ଆଇୱା ଇଣ୍ଡିଆ ମିସେସ୍ ଗର୍ଜିଅସ ଟାଇଟଲ ହାସଲ କରିଥିଲେ।  ‘ମେକଅପ ଆଣ୍ଡ ମି’ ନାମକ ଏକ ଏକାଡେମି ଓ ସେଲୁନ୍‌ ଚଳାଉଥିବା ସୁଧା ଜଣେ ସମାଜସେବୀ ମଧ୍ୟ ଅଟନ୍ତି। ଦୀର୍ଘ ସମୟ ଧରି ଏହି ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ ବୋଲି କହିଛନ୍ତି।

ପ୍ରତିଯୋଗିତାରେ ଭାରତର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀମାନେ ଭାଗ ନେଇଥିଲେ। ୬ ଦିନ ଧରି ଚାଲିଥିବା ଏହି ଭର୍ଚୁଆଲ ପ୍ରତିଯୋଗିତାର ବିଚାରକ ମଣ୍ଡଳୀର ସଦସ୍ୟ ଭାବରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଗାୟକ ଓ ସଂଗୀତକାର ପଙ୍କଜ ଜେସୱାନୀ, ଗାୟକ ଦୁରାନ ମୈବମ ତଥା ଭଜନ ସମ୍ରାଟ ଅନୁପ ଜଲୋଟା ଉପସ୍ଥିତ ଥିଲେ। ଭବିଷ୍ୟତରେ ଅସହାୟ ବୃଦ୍ଧବୃଦ୍ଧାଙ୍କ ନିମନ୍ତେ ଏକ ଆଶ୍ରମ ଗଢ଼ି ସେମାନଙ୍କ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଲକ୍ଷ୍ୟ ରଖିଥିବା ସୁଧା ଭବିଷ୍ୟତରେ ଏହିପରି ପ୍ରତିଯୋଗିତାରେ ଆଶାୟୀ ଯୁବପିଢ଼ିକୁ କଠିନ ପରିଶ୍ରମ ଓ ଦୃଢ଼ ମନୋବଳ ନେଇ  କାର୍ଯ୍ୟ କରିବା ପାଇଁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe