ବିଶ୍ବ ହୃଦୟ ଦିବସରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

ବିଶ୍ବ ହୃଦୟ ଦିବସରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

ପୁରୀ: ବିଶ୍ବ ହୃଦୟ ଦିବସ ପରିପ୍ରେକ୍ଷୀରେ ଦିନକ ପୂର୍ବରୁ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ପକ୍ଷରୁ ‘ଇଣ୍ଡିଆ ଫାଷ୍ଟ, ହାର୍ଟ ଫାଷ୍ଟ’ ବାଲୁକା କଳା ପ୍ରଦର୍ଶିତ ହୋଇଛି। ଏଥିରେ ଡାକ୍ତର ଏମ୍‌. ଜେନା, ଏସ୍‌.ଏନ୍‌ ରାଉତରାୟଏ ଡ. ବିଶ୍ବରଂଜନ ମିଶ୍ର ପ୍ରମୁଖ ସମୁଦ୍ର କୂଳରେ ଶ୍ରୀ ପଟ୍ଟନାୟକଙ୍କ ସହ ଯୋଗଦେଇ ହୃଦରୋଗ ବାବଦରେ ସଚେତନ କରାଇଥିଲେ।

ପ୍ରତି ୪ ଜଣଙ୍କ ମଧ୍ୟରୁ ଜଣେ ହୃଦରୋଗ ପାଇଁ ମୃତ୍ୟୁବରଣ କରନ୍ତି। ସେମାନଙ୍କ ମଧ୍ୟରେ ୩୦-୪୦ ବର୍ଷ ବୟସ୍କ ବର୍ଗର ବ୍ୟକ୍ତିଙ୍କ ସଂଖ୍ୟା ଅଧିକ। ମାତ୍ର ହୃଦ୍‌ଘାତକୁ ଜାଣିବା ଓ ଏହାର ପ୍ରତିକାର ନେଇ ଅନେକ ସଚେତନ ନୁହନ୍ତି। ତେଣୁ ଜଙ୍କ୍‌ ଫୁଡ୍‌ଠୁ ଦୂରେଇ ରହିବା, ବ୍ୟାୟାମ, ମଧୁମେହ ଓ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ, ହସିବା, ଧୂମପାନ ଛାଡ଼ିବା ଓ ଚିନ୍ତା ପରିହାର କରିବାକୁ ଡାକ୍ତରମାନେ କହିଛନ୍ତି। ଡାକ୍ତର ଏ ଶ୍ରୀନିବାସ କୁମାର, ଡାକ୍ତର ଉଦୟ ଯାଦବ, ଡାକ୍ତର ବ୍ରିଏନ୍ ପିଣ୍ଟୋ, ଡାକ୍ତର ଜେ.ପି.ଏସ୍ ସାୱନି ଓ ଡକ୍ଟର ଦିଲୀପ କୁମାର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe