‘ସୁଦୀକ୍ଷା’ ଠକିନେଲା କୋଟିଏ! ପାଟକୁରା ଥାନାରେ ମାମଲା ରୁଜୁ

Advertisment

ଇ-ଲର୍ଣ୍ଣିଂ ମାଧ୍ୟମରେ କୋମଳମତି ଶିଶୁଙ୍କୁ ପାଠ ପଢ଼ାଇବା ନାମରେ ତଞ୍ଚକତା କରି ଭୁବନେଶ୍ବର ଡୁମଡୁମା ଅଞ୍ଚଳର ‘ସୁଦୀକ୍ଷା’ ନାମକ ଏକ ସଂସ୍ଥା ପାଟକୁରା ଗରଦପୁର ଅଞ୍ଚଳରୁ ପ୍ରାୟ କୋଟିଏ ଟଙ୍କା ଠକି ନେଇଛି।

ଇ-ଲର୍ଣ୍ଣିଂ ମାଧ୍ୟମରେ କୋମଳମତି ଶିଶୁଙ୍କୁ ପାଠ ପଢ଼ାଇବା ନାମରେ ତଞ୍ଚକତା କରି ଭୁବନେଶ୍ବର ଡୁମଡୁମା ଅଞ୍ଚଳର ‘ସୁଦୀକ୍ଷା’ ନାମକ ଏକ ସଂସ୍ଥା ପାଟକୁରା ଗରଦପୁର ଅଞ୍ଚଳରୁ ପ୍ରାୟ କୋଟିଏ ଟଙ୍କା ଠକି ନେଇଛି।

ମୟୂରଭଞ୍ଜ ଡିଏମ୍‌ଏଫ୍‌ ଟଙ୍କା ହଡ଼ପ: ଜିଲ୍ଲାପାଳଙ୍କ ଜାଲ୍‌ ଦସ୍ତଖତରେ ନେଇଗଲେ ୯.୭୬ କୋଟି

ଗରଦପୁର: ଇ-ଲର୍ଣ୍ଣିଂ ମାଧ୍ୟମରେ କୋମଳମତି ଶିଶୁଙ୍କୁ ପାଠ ପଢ଼ାଇବା ନାମରେ ତଞ୍ଚକତା କରି ଭୁବନେଶ୍ବର ଡୁମଡୁମା ଅଞ୍ଚଳର ‘ସୁଦୀକ୍ଷା’ ନାମକ ଏକ ସଂସ୍ଥା ପାଟକୁରା ଗରଦପୁର ଅଞ୍ଚଳରୁ ପ୍ରାୟ କୋଟିଏ ଟଙ୍କା ଠକି ନେଇଛି। ଏଭଳି ସାଂଘାତିକ ଅଭିଯୋଗ ଜିଲ୍ଲା ଏସ୍‌ପିଙ୍କ ନିକଟରେ ହୋଇଛି। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ପାଟକୁରା ଥାନାରେ କେସ୍ ନମ୍ବର ୨୦୩/୨୪ ରେ ସଂସ୍ଥାର ଅଧ୍ୟକ୍ଷ ପ୍ରତାପ ସାହୁ, ସଂଯୋଜିକା ସ୍ବାଗତିକା ଗ୍ରହାଚାର୍ଯ୍ୟ ଓ ତାଙ୍କ ପିତା ନିରଞ୍ଜନ ଗ୍ରହାଚାର୍ଯ୍ୟଙ୍କ ନାମରେ ଦଫା ୪୨୦, ୫୦୬, ୨୯୪ ଓ ୩୪ ଧାରାରେ ଠକେଇ ମାମଲା ରୁଜୁ ହୋଇଛି। ଏହି ମାମଲାକୁ ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା ତଦନ୍ତ କରିବ ବୋଲି ଏସ୍‌ପି ସିଦ୍ଧାର୍ଥ କାଟରିଆ ସୂଚନା ଦେଇଛନ୍ତି। ୨ ବର୍ଷ ପୂର୍ବେ ସୁଦୀକ୍ଷା ସଂସ୍ଥା ପାଟକୁରା ଓ ଡେରାବିଶ, ମାର୍ଶାଘାଇ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ଇ ଲର୍ଣ୍ଣିଂ ମାଧ୍ୟମରେ ଶିଶୁଙ୍କୁ ଅନ୍‌ଲାଇନ୍ ଶିକ୍ଷା ସହିତ ବିଦ୍ୟାଳୟ ସ୍ଥାପନ ପାଇଁ ଯୋଜନା କରିଥିଲା। ପ୍ରାରମ୍ଭିକ ଶିକ୍ଷା ପାଇଁ ନାମଲେଖା ବାବଦ ୩୯୯୯ ଟଙ୍କା ଓ ଉଚ୍ଚଶ୍ରେଣୀ ପିଲାଙ୍କ ପାଇଁ ୪୯୯୯ ଟଙ୍କା ଦେୟ ଧାର୍ଯ୍ୟ କରିଥିଲା। ପାଠପଢ଼ା ପାଇଁ ଶିକ୍ଷୟିତ୍ରୀଙ୍କୁ ମାସିକ ଦରମା ୭୫୦୦ ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଥିଲା। ସଂସ୍ଥାର ଅଧ୍ୟକ୍ଷ ପ୍ରତାପ ସାହୁ ଗୋବିନ୍ଦପୁର ଗ୍ରାମର ସ୍ବାଗତିକା 

ପାଟକୁରା ଥାନାରେ ମାମଲା ରୁଜୁ
ତଦନ୍ତ କରିବ ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା: ଏସ୍‌ପି

ଗ୍ରାହାଚାର୍ଯ୍ୟ ଓ ତାଙ୍କ ବାପା ନିରଞ୍ଜନ ଗ୍ରହାଚାର୍ଯ୍ୟଙ୍କୁ ସଂଯୋଜକ ଭାବେ ନିଯୁକ୍ତି ଦେଇଥିଲେ। ଉଭୟ ବିଭିନ୍ନ ଅଞ୍ଚଳ ବୁଲି ଶିକ୍ଷିତ ଯୁବତୀଙ୍କୁ ଦରମା ସହ ବିଭିନ୍ନ ପୁରସ୍କାରର ପ୍ରଲୋଭନ ଦେଖାଇଥିଲେ। ହେଲେ ପରେ ଦରମା ଦେବାକୁ ରୋକଠୋକ୍ ମନା କରିଦିଆ ଯାଇଥିଲା। ସେହିପରି ପିଲାଙ୍କୁ ପାଠ ପଢ଼ାଯାଇ ନଥିଲା। ଅଭିଯୋଗ କରାଯିବାରୁ ମହିଳାମାନଙ୍କ ନାମରେ ମିଥ୍ୟା ମାମଲା ରୁଜୁ ସହ ହତ୍ୟା ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ଶତାଧିକ ମହିଳା ପାଟକୁରା ଓ କୁଦାନଗରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ପୁଲିସ କୌଣସି ପଦକ୍ଷେପ ‌ନନେବାରୁ ମହିଳାମାନେ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସଂପୃକ୍ତ ସଂସ୍ଥା ଦ୍ବାରା ୮୦୦ ରୁ ଅଧିକ ମହିଳା କୋଟିଏରୁ ଅଧିକ ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ସମ୍ପର୍କରେ ‘ସୁଦୀକ୍ଷା’ ସଂସ୍ଥାର ଅଧ୍ୟକ୍ଷ ପ୍ରତାପ ସାହୁ କହିଛନ୍ତି ଯେ ସଂସ୍ଥା ତରଫରୁ କୌଣସି ଭୁଲ୍‌ ହୋଇନାହିଁ। କୌଣସି ଲୋକଙ୍କୁ ଠକି ନାହିଁ। ସବୁ ତଦନ୍ତର ସାମ୍ନା କରିବାକୁ ସେ ପ୍ରସ୍ତୁତ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe