ସୁଦୀପ୍ତ ରାୟଙ୍କ ଭ୍ରାତୃ ବିୟୋଗ

Advertisment
ସୁଦୀପ୍ତ ରାୟଙ୍କ ଭ୍ରାତୃ ବିୟୋଗ

ଜଟଣୀ : ବିଜେପି ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟଙ୍କ ଭାଇ ସୁଶାନ୍ତ ରାୟଙ୍କ ବିୟୋଗ ହୋଇଯାଇଛି। ଗତକାଲି ରାତିରେ ସ୍ଥାନୀୟ କୁଦିଆରୀ ଗ୍ରାମସ୍ଥିତ ନିଜ ବାସଭବନରେ ଥିବାବେଳେ ସୁଶାନ୍ତ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ପରିବାର ପକ୍ଷରୁ ତୁରନ୍ତ ଭୁବନେଶ୍ୱର ଏମ୍‌ସ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ପରାଲୋକ ଘଟିଛି।

ସୁଶାନ୍ତ ରେଳପଥ ଠିକାଦାର ସଂଘର ସମ୍ପାଦକ, ଭିଟାମାଟି ସୁରକ୍ଷା ମଞ୍ଚ ଓ ଏକରାତ ମାହାଲ କମିଟିର ସଦସ୍ୟ ସହିତ ଭାରତୀୟ ଜନତା ପାର୍ଟିର ଆଜୀବନ ସଦସ୍ୟ ଥିଲେ। ତାଙ୍କ ପରଲୋକ ଖବର ପାଇ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଓ ଅନ୍ୟ ବିଜେପି ନେତୃବୃନ୍ଦ ତାଙ୍କ ବାସଭବନରେ ପହଞ୍ଚି ସ୍ବଗତଃ ରାୟଙ୍କ ଶେଷଦର୍ଶନ କରିଥିଲେ। ସେହିପରି, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ସାଂସଦ ସୁରେଶ ପୂଜାରୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। କୁଦିଆରୀ ଗ୍ରାମ ଶ୍ମଶାନରେ ସ୍ବର୍ଗତ ରାୟଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe