ବରଗଡ଼/ବିଜେପୁର : ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ଦୁଇଦିନ ଧାରଣା ଦେବା ପରେ ବୁଧବାର ବରଗଡ଼ ଚିନିକଳ କର୍ମଚାରୀମାନେ ବିଜେପୁର ବ୍ଲକ୍ ଜାରିଂ ଛକରେ ଧାରଣା ଦେଇଥିଲେ। ଗୁରୁବାର ମୁଖ୍ୟମନ୍ତ୍ରୀ ରୋଡ୍-ସୋରେ ଆସିଥିବାରୁ କର୍ମଚାରୀଙ୍କ ଆନ୍ଦୋଳନ ଉପରେ ନଜର ପଡ଼ିବ ବୋଲି ଆଶା ଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ବିଜେପୁର ପହଂଚିବା ପୂର୍ବରୁ ପୁଲିସ୍ ୩୯ ଜଣ ଆନ୍ଦୋଳନକାରୀଙ୍କୁ ସେଠାରୁ ଉଠାଇ ନେଇଥିଲା। ସମସ୍ତଙ୍କୁ ସୋହେଲା ଥାନାରେ ଅଟକ ରଖିବା ପରେ ସଂଧ୍ୟାରେ ଛାଡ଼ି ଦେଇଥିଲା। ତେବେ ଆଗକୁ କିଭଳି ଢଂଗରେ ଆନ୍ଦୋଳନ ହେବ, ସେନେଇ ଆଲୋଚନା ପରେ ନିଷ୍ପତ୍ତି ହେବ ବୋଲି କର୍ମଚାରୀମାନେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ଫେବ୍ରୁଆରି ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋହେଲା ବ୍ଲକ୍ ଇଚ୍ଛାପାଲିଠାରେ ସାଧାରଣ ସଭାରେ ଯୋଗ ଦେଇ ଚିନିକଳର ପୁନରୁଦ୍ଧାର ପାଇଁ ୧୧କୋଟି ଟଙ୍କା ଦିଆଯିବ ବୋଲି ଘୋଷଣା କରିଥିଲେ। କିନ୍ତୁ ଅନୁଦାନ ଟଙ୍କା ମିଳିନଥିବାରୁ ଚିନିକଳର କର୍ମଚାରୀମାନେ ଦୀର୍ଘ ୨୫ମାସର ବକେୟା ଦରମା ପାଇନାହାନ୍ତି।
ଚିନିକଳ କର୍ମଚାରୀଙ୍କ ଆନ୍ଦୋଳନ : ମୁଖ୍ୟମନ୍ତ୍ରୀ ଦେଖିବେ ବୋଲି ୩୯ ଜଣଙ୍କୁ ଉଠାଇନେଲା ପୁଲିସ
Advertisment
Follow Us