ବାଲିକୁଦା : ୭ ଏକର ଜମିରେ ଆଖୁ ଜଳିଗଲା

Advertisment
ବାଲିକୁଦା : ୭ ଏକର ଜମିରେ ଆଖୁ ଜଳିଗଲା

ବାଲିକୁଦା : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ ବଡ଼ବାଲିକୁଦା ପଞ୍ଚାୟତ ଅନ୍ତର୍ଗତ ଜନକ ଗ୍ରାମର ବିରଞ୍ଚିନାରାୟଣ କୋଦମା ସିଂହ ମହାପାତ୍ରଙ୍କର ଗତକାଲି ରାତିରେ ୭ଏକର ଜମିରେ ଆଖୁ ଜଳିଯାଇଛି। କେହି ଦୁର୍ବୃତ୍ତ ରାତିରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଆଜି ସକାଳୁ ଆଖୁ ବିଲ ଜଳୁଥିବା ଦେଖି ଚାଷୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ ସବୁ ଆଖୁ ଜଳି ଯାଇଥିଲା। ଗଛର ପତ୍ର ସବୁ ପୋଡ଼ିଯାଇ ଜଳୀୟ ଅଂଶ କମିଯାଇଥିବାରୁ ତାହା ଆଉ ବିକ୍ରି ଯୋଗ୍ୟ ହେବନାହିଁ। ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ଚାଷ କରିଥିବା ଶ୍ରୀ ମହାପାତ୍ର ମୁଣ୍ଡରେ ହାତ ଦେଇ ବସିଛନ୍ତି।

ଶକ୍ତି ସୁଗାର ଓ ବ୍ୟାଙ୍କରୁ ଋଣ କରି ସେ ଚାଷ କରିଥିଲେ। ଆଖୁ ପୋଡ଼ି ନଷ୍ଟ ହୋଇଗଲା, ଏବେ ଋଣମୁକ୍ତ ହେବେ କିପରି ସେହି ଚିନ୍ତାରେ ଶ୍ରୀ ମହାପାତ୍ର ଭାଙ୍ଗି ପଡ଼ିଛନ୍ତି। ଖବର ପାଇ ଶକ୍ତିସୁଗାର ଅଧିକାରୀ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ସହ କମ୍ପାନି କର୍ତ୍ତୃପକ୍ଷ ଅନୁକମ୍ପା ରାଶି ପ୍ରଦାନ କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe