Advertisment

ଅନୁଗୁଳରେ ନିଶ୍ଚିହ୍ନ ହୋଇଯିବ ଆଖୁଚାଷ! ଚାଷ ଛାଡ଼ିଲେଣି ଶହଶହ ଚାଷୀ

Advertisment

ଅନୁଗୁଳ ଜିଲ୍ଲାରେ ପୂର୍ବରୁ ହେକ୍ଟର ହେକ୍ଟର ଜମିରେ ଆଖୁଚାଷ ହେଉଥିଲା। ଚାଷୀମାନେ ବେଶ୍‌ ଲାଭବାନ୍ ହେଉଥିଲେ। ଅନୁଗୁଳର ଆଖୁ ଜିଲ୍ଲା ବାହାରକୁ ବିକ୍ରି ପାଇଁ ଯାଉଥିଲା। ବିଭିନ୍ନ ଚିନି କାରଖାନାକୁ ଅନୁଗୁଳରୁ ଟନ୍‌ ଟନ୍‌ ଓଜନର ଆଖୁ ଯାଉଥିଲା।

ଅନୁଗୁଳ ଜିଲ୍ଲାରେ ପୂର୍ବରୁ ହେକ୍ଟର ହେକ୍ଟର ଜମିରେ ଆଖୁଚାଷ ହେଉଥିଲା। ଚାଷୀମାନେ ବେଶ୍‌ ଲାଭବାନ୍ ହେଉଥିଲେ। ଅନୁଗୁଳର ଆଖୁ ଜିଲ୍ଲା ବାହାରକୁ ବିକ୍ରି ପାଇଁ ଯାଉଥିଲା। ବିଭିନ୍ନ ଚିନି କାରଖାନାକୁ ଅନୁଗୁଳରୁ ଟନ୍‌ ଟନ୍‌ ଓଜନର ଆଖୁ ଯାଉଥିଲା।

dgddgcvcvcv

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପୂର୍ବରୁ ହେକ୍ଟର ହେକ୍ଟର ଜମିରେ ଆଖୁଚାଷ ହେଉଥିଲା। ଚାଷୀମାନେ ବେଶ୍‌ ଲାଭବାନ୍ ହେଉଥିଲେ। ଅନୁଗୁଳର ଆଖୁ ଜିଲ୍ଲା ବାହାରକୁ ବିକ୍ରି ପାଇଁ ଯାଉଥିଲା। ବିଭିନ୍ନ ଚିନି କାରଖାନାକୁ ଅନୁଗୁଳରୁ ଟନ୍‌ ଟନ୍‌ ଓଜନର ଆଖୁ ଯାଉଥିଲା। ମାତ୍ର ସେ ସ୍ଥିତି ଆଉ ନାହିଁ। ବର୍ଷ କେତେଟାରେ ଆଖୁଚାଷୀଙ୍କ ସଂଖ୍ୟା, ଜମି ଓ ଉତ୍ପାଦନ ହ୍ରାସ ପାଉଛି। ‌ଆଖୁଚାଷୀଙ୍କୁ ଅଣଦେଖା କରାଯିବାରୁ ଜିଲ୍ଲାରେ ଏହି ଚାଷ ନିଶ୍ଚିହ୍ନ ହେବାକୁ ବସିଥିବା ଜଣାପଡ଼ିଛି। 

ଚାଷ ଛାଡ଼ିଲେଣି ଶହଶହ ଚାଷୀ
ଜିଲ୍ଲାର ଆବଶ୍ୟକତା ପୂରଣ ହେଉନି

ସୂଚନା ମୁତାବକ, ଅନୁଗୁଳ ଜିଲ୍ଲାର ବନ୍ତଳା, ଛେଣ୍ଡିପଦା, କିଶୋରନଗର, ଆଠମଲ୍ଲିକ, ପାଳଲହଡ଼ାର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଆଖୁଚାଷ ହୋଇଥାଏ। ଏଠିକାର ଜଳବାୟୁ ଏହି ଚାଷ ପାଇଁ ବେଶ୍‌ ଉପଯୋଗୀ। ପ୍ରାୟ ୪୦୦ ହେକ୍ଟରରୁ ଅଧିକ ଜମିରେ ଆଖୁଚାଷ ହେଉଥିଲା। ଛେଣ୍ଡିପଦା, ବନ୍ତଳା ସମେତ ଅନୁଗୁଳର ଅନ୍ୟାନ୍ୟ ଅଞ୍ଚଳରେ ବହୁଳ ପରିମାଣରେ ଆଖୁଚାଷ ହେଉଥିଲା। ଚଳିତବର୍ଷ ଆଖୁଚାଷ ପାଇଁ ଜିଲ୍ଲାରେ ୧୪୮ ହେକ୍ଟର ଟାର୍ଗେଟ୍‌ ରହିଥିବାବେଳେ ତାହା ମଧ୍ୟ ପୂରଣ ହୋଇ ନଥିବା ଜଣାପଡ଼ିଛି। ଅନ୍ୟ ସ୍ଥାନରେ ଆଖୁଚାଷ ଆଦୌ ହେଉ ନଥିବାବେଳେ ବନ୍ତଳାର ବନ୍ଦାଣପଶି ଓ ବାରଗୌଣିଆ ଅଞ୍ଚଳରେ ମାତ୍ର ୫ ରୁ ୭ ହେକ୍ଟର ଓ ଛେଣ୍ଡିପଦା ଅଞ୍ଚଳରେ ୩ ରୁ ୪ ହେକ୍ଟର ଜମିରେ ଆଖୁ ଚାଷ ହେଉଥିବା କୃଷି ବିଭାଗ ପକ୍ଷରୁ ଜଣାପଡ଼ିଛି। ତେବେ ହଠାତ୍‌ ଅନୁଗୁଳର ମିଠା ଆଖୁର ଅଭାବ ପରିଲକ୍ଷିତ ହୋଇଛି। ସହରରେ ବହୁତ୍‌ କମ୍‌ ଆଖୁରସ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ତାହା ପୁଣି ଚଢ଼ା ଦରରେ ବିକ୍ରି ହେଉଛି। ଅନ୍ୟପକ୍ଷରେ ଅନୁଗୁଳରେ ଆଖୁଚାଷ ପାଇଁ କୃଷି ବିଭାଗ ପକ୍ଷରୁ କୌଣସି ଯୋଜନା ଓ ପ୍ରୋତ୍ସାହନ ନଥିବା ଅଭିଯୋଗ ହେଉଛି। ଫଳରେ ଚାଷୀମାନେ ଆଖୁଚାଷ ପ୍ରତି ବିମୁଖ ହେଉଛନ୍ତି। 

ଅନୁଗୁଳର ଆଖୁ ପୂର୍ବରୁ ନୟାଗଡ଼, ବଡ଼ମ୍ବା, ବରଗଡ଼, ବଲାଙ୍ଗୀର, ଆସ୍କା ଇତ୍ୟାଦି ସ୍ଥାନରେ ଥିବା ଚିନି କାରଖାନାକୁ ଯାଉଥିଲା। ଉକ୍ତ ଚିନିକଳ ପକ୍ଷରୁ ଚାଷୀଙ୍କୁ ଉନ୍ନତ କିସମର ବିହନ, ସାର ସାଙ୍ଗକୁ ଆଖୁ ପରିବହନ ବ୍ୟବସ୍ଥା କରାଯାଇଥିଲା। ହେଲେ ସମ୍ପୃକ୍ତ ଚିନିକଳଗୁଡ଼ିକ କାଳକ୍ରମେ ବନ୍ଦ ହୋଇପଡ଼ିବାରୁ ଅନୁଗୁଳର ଆଖୁଚାଷୀ ପ୍ରଭାବିତ ହୋଇଛନ୍ତି ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ରାଜ୍ୟ ସରକାର ଆଖୁ ଭଳି ଅର୍ଥକାରୀ ଫସଲ ମାଧ୍ୟମରେ ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ପୂର୍ବରୁ ଅନେକ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ଏବେ ସବୁ ଯୋଜନା ବନ୍ଦ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe