ଫନି ଉଜାଡ଼ିଲା ଆଖୁ ଚାଷ, ବିଷ ପିଇଲେ ଚାଷୀ

ଫନି ଉଜାଡ଼ିଲା ଆଖୁ ଚାଷ, ବିଷ ପିଇଲେ ଚାଷୀ

New Indian Express

ଚଣ୍ଡିଖୋଲ : ସାମୁଦ୍ରିକ ଝଡ଼ ଫନି ପ୍ରଭାବରେ ଆଖୁ ଚାଷ ଉଜୁଡ଼ିଗଲା। ଚାଷ ପାଇଁ ବ୍ୟାଙ୍କରୁ ଆଣିଥିବା ଋଣ କିପରି ସୁଝିବେ ସେ ନେଇ ଚିନ୍ତାଗ୍ରସ୍ତ ଥିଲେ। ଆଉ ଶେଷରେ ଜୀବନ ହାରିବାକୁ ପିଇଦେଲେ ବିଷ। ଏବେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ଯୁବ ଚାଷୀ ସଞ୍ଜୟ ପଣ୍ଡା(୨୫)। ଏଭଳି ଘଟଣା ଘଟିଛି ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ସାଉଡ଼ିଆ ପଞ୍ଚାୟତ ତାଳୁଆ ଗ୍ରାମରେ। ସାଉଡ଼ିଆ ପଞ୍ଚାୟତ ଅନ୍ତର୍ଗତ ତାଳୁଆ ଗ୍ରାମର ସର୍ବେଶ୍ବର ପଣ୍ଡାଙ୍କ ସାନପୁଅ ସଂଜୟ (୨୫) ଚଳିତ ବର୍ଷ ବ୍ୟାଙ୍କରୁ ଋଣ ଆଣି ପ୍ରାୟ ୧୦ ଏକର ଜମିରେ ଆଖୁ ଚାଷ କରିଥିଲେ। ହେଲେ ବାତ୍ୟା ଫନି ଦାଉ ସାଧିଲା। ଗତ ୩ ତାରିଖ ଦିନ ବାତ୍ୟାରେ ସଂଜୟଙ୍କ ଆଖୁ ଗଛଗୁଡ଼ିକ ଭୂଇଁରେ ଶୋଇଗଲା।। ଏଭଳି ଅବସ୍ଥା ଦେଖି ବିଚଳିତ ହୋଇ ପଡ଼ିଥିଲେ ସଂଜୟ । ଶେଷରେ ଗତ ୫ ତାରିଖ ରାତିରେ ସେ ନିଜ ଘରେ ବିଷ ପିଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe