ପାଣି ଅଭାବରୁ କମିଲା ଆଖୁ ଅମଳ, ଚାଷୀ ନିରାଶ

ପାଣି ଅଭାବରୁ କମିଲା ଆଖୁ ଅମଳ, ଚାଷୀ ନିରାଶ

The Economic Times

ବରୀ : ବରୀ ଅଞ୍ଚଳରେ ବର୍ଷା ଅଭାବରୁ ଆଖୁଚାଷ କ୍ଷତିଗ୍ରସ୍ତ ହୋଇଛି। ପୂର୍ବରୁ ଶକ୍ତି ସୁଗାର ପ୍ରୋତ୍ସାହନରେ ସ୍ଥାନୀୟ ଚାଷୀ ଏହି ଅର୍ଥକରୀ ଫସଲ ଚାଷ କରୁଥିଲେ। ଶକ୍ତି ସୁଗାରକୁ ଅଧିଗ୍ରହଣ କରିବା ପରେ ଆଇପିଏଲ କଂପାନି ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଉଛି। ଚଳିତ ବର୍ଷ ଯାଜପୁର ଜିଲ୍ଲାରୁ ୧ଲକ୍ଷ ଟନ ଆଖୁ ଅମଳ ହେବ ବୋଲି ଆକଳନ କରାଯାଇଥିଲା। ମାତ୍ର ଅମଳ ବେଳକୁ ପରିମାଣ ବହୁ ତଳକୁ ଖସିଆସିଥିବା ଜଣାପଡ଼ିଛି। ପାଖାପାଖି ୨୭ ହଜାର ଟନ କମ୍ ଅମଳ ହୋଇଥିବା ସୂଚନା ମିଳିଛି।

ଚାଷୀଙ୍କ କହିବା ଅନୁସାରେ ଆବଶ୍ୟକତାଠାରୁ କମ୍ ବର୍ଷା ହେବା ଏହାର ଏକ ପ୍ରମୁଖ କରାଣ। ଚାଷ ବେଳେ ଆବଶ୍ୟକ ପଟାସ ସାର ମଧ୍ୟ ମିଳିଲା ନାହିଁ। ଡିଲରମାନଙ୍କ ପାଖରୁ ମିଳିଥିବା ସାର ମୂଲ୍ୟ କମ୍ ଥିଲେ ମଧ୍ୟ ତାହା ନିମ୍ନମାନର ଥିଲା। ଡିଜେଲ ମଟରରେ ପାଣି ଯୋଗାଇବା ମଧ୍ୟ ଅତ୍ୟନ୍ତ ବ୍ୟୟବହୁଳ। ସେପଟେ ସମସ୍ତ କ୍ଷେତକୁ ବିଦ୍ୟୁତ୍‌ ସଂଯୋଗ ନଥିବାରୁ ଜଳସେଚନରେ ସମସ୍ୟା ହୋଇଥିଲା। ହଜାରହଜାର ପରିବାର ଆଖୁଚାଷ ଉପରେ ନିର୍ଭର କରୁଥିଲେ ହେଁ ସରକାରୀ ଭାବେ ସେମାନଙ୍କୁ ଆଦୌ ପ୍ରୋତ୍ସାହନ ମିଳୁନାହିଁ। ଅନ୍ତତଃ ରିହାତିରେ ବିଦ୍ୟୁତ୍‌ ସଂଯୋଗ ଓ ଠିକ୍ ସମୟରେ ଉନ୍ନତ ମାନର ସାର ଯୋଗାଇ ଦେଲେ ଅମଳ ବୃଦ୍ଧି ଘଟିବା ସହିତ ସ୍ଥାନୀୟ ଅର୍ଥନୀତି ସୁଦୃଢ଼ ହୋଇପାରନ୍ତା ବୋଲି ଆଖୁଚାଷୀମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe