ବିଧାନସଭା ଆଗରେ ପୁଣି ଆତ୍ମାହୁତି ଉଦ୍ୟମ : ମା’ ଓ ଦୁଇ ପୁଅଙ୍କୁ ଗିରଫ କଲା ପୁଲିସ

Advertisment

ଆତ୍ମାହୁତି ପାଇଁ ପ୍ରବର୍ତ୍ତାଉଥିବା ଜଣାପଡ଼ିଲେ ବନ୍ଧା‌ହେବେ

ଆତ୍ମାହୁତି ପାଇଁ ପ୍ରବର୍ତ୍ତାଉଥିବା ଜଣାପଡ଼ିଲେ ବନ୍ଧା‌ହେବେ

ବିଧାନସଭା ଆଗରେ ପୁଣି ଆତ୍ମାହୁତି ଉଦ୍ୟମ : ମା’ ଓ ଦୁଇ ପୁଅଙ୍କୁ ଗିରଫ କଲା ପୁଲିସ

ଭୁବନେଶ୍ବ : ବିଧାନସଭା ଅଧିବେଶନ ବେଳେ ଆତ୍ମାହୁତି ଉଦ୍ୟମକୁ ରୋକିବା ପାଇଁ ପୁଲିସ ଯେତେ ବ୍ୟବସ୍ଥା କଲେ ମଧ୍ୟ କିଛି କାମ ଦେଉନି। ଗତକାଲି ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଥିବାବେଳେ ଆଜି ଗୋଟିଏ ପରିବା‌ରର ମା’ଓ ଦୁଇ ପୁଅ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ତେବେ ପୁଲିସ ଉଦ୍ଧାର କରି ତିନିଜଣଙ୍କୁ ହସ୍ପିଟାଲ ନେଇଛି। ସେମାନେ ସୁସ୍ଥ ହେବା ପରେ କ୍ୟାପିଟାଲ ଥାନା ପୁଲିସ ସେମାନଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ ଆଇପିସିର ଧାରା ୩୨୪, ୩୫୩, ୩୫୩, ୩୦୯, ୧୨୦(ବି)ରେ ମାମଲା ରୁଜୁ ହୋଇଛି।

ଆତ୍ମାହୁତି ଉଦ୍ୟମ କରିଥିବା ମା’ ଓ ଦୁଇ ପୁଅ ହେଉଛନ୍ତି, ଜଗତସିଂହପୁର କୁଜଙ୍ଗର ଜ୍ୟୋତ୍ସ୍ନାରାଣୀ ଜେନା, ପୁଅ ତାପସ ଓ ଉମେଶ। ତାଙ୍କ ଅଭି‌ଯୋଗ ମୁତାବକ, ୨୦୧୬ ମସିହା‌ରେ ତାଙ୍କର ଜଣେ ପୁଅ ପୋଡ଼ି ହୋଇ ପ୍ରାଣ ହରାଇଥିଲେ। ତାଙ୍କୁ ପୋଡ଼ି ମାରି ଦିଆଯାଇଥିବା ନେଇ କୁଜଙ୍ଗ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଏଥିପ୍ରତି କର୍ଣ୍ଣପାତ କରିନଥିଲା। ଏ ନେଇ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ମଧ୍ୟ ଦାବି ହୋଇଥିଲା। ହେଲେ ନ୍ୟାୟ ନ ମିଳିବାରୁ ସେମାନେ ଏଭଳି ଉଦ୍ୟମ କରିଥିବା କହିଛନ୍ତି।

ତେବେ ବ୍ୟାପକ କଟକଣା ଓ ସତର୍କତା ସତ୍ତ୍ବେ ବିଧାନସଭା ଆଗରେ ବାରମ୍ବାର ଏଭଳି ଘଟଣାର ପୁନରାବୃତ୍ତି ଘଟିବା କମିସନରେଟ୍‌ ପୁଲିସକୁ ବିବ୍ରତ କରିଛି। ଏଣୁ ଲୋକମାନଙ୍କୁ କେହି ଆତ୍ମାହୁତି ପାଇଁ ପ୍ରବର୍ତ୍ତାଉଥିବା ପୁଲିସ ସନ୍ଦେହ କରୁଛି। ଏ ନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, କିଛି ଲୋକଙ୍କୁ ଜାଣିଜାଣି ଆତ୍ମାହୁତି ଉଦ୍ୟମ କରିବା ପାଇଁ କେତେକ ପ୍ରବର୍ତ୍ତାଉଛନ୍ତି। କାରଣ ଆତ୍ମାହୁତି ଉଦ୍ୟମ ଖବର ନ ଆସୁଣୁ ସେଠାରେ କେତେକ ଗଣମାଧ୍ୟମ ସଂସ୍ଥାର ଲୋକ କ୍ୟାମେରା ଧରି ପହଞ୍ଚି ଯାଉଛନ୍ତି। ଏ ନେଇ ଗୁଇନ୍ଦା ତଥ୍ୟ ସଂଗ୍ରହ କରାଯାଉଛି। ଆତ୍ମାହୁତି ଉଦ୍ୟମ କରୁଥିବା ଲୋକର ଟେଲିଫୋନ୍‌ ନମ୍ବର ଟ୍ରାକ୍‌ କରି ପ୍ରବର୍ତ୍ତାଉଥିବା ଲୋକକୁ ଧରିବା ପାଇଁ ବ୍ୟବସ୍ଥା ହୋଇଛି। ଯଦି ସେପରି କେହି ପ୍ରବର୍ତ୍ତାଉଥିବା ଅନୁସନ୍ଧାନରୁ ଜଣାପଡ଼େ ତେବେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଡିସିପି ଚେତାବନୀ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ମଧ୍ୟ ମଞ୍ଚେଶ୍ବର ଥାନା ପୁଲିସର ଅବହେଳା ବିରୋଧରେ ଅଭିଯୋଗ ଆଣି ଆତ୍ମାହୁତି ଉଦ୍ୟମ କରିଥିବା ଜଣେ ଯୁବକଙ୍କୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe