ପ୍ରେମ ସମ୍ପର୍କକୁ ନେଇ ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କଲେ ଶାଳୀ ଭିଣୋଇ

Advertisment
ଲୁଣ ଭାବି ଖାଇଦେଲେ ବିଷ: ୪ ଗୁରୁତର

photo credit- EenaduIndia.com

କଳାହାଣ୍ଡି: ପ୍ରେମ ସମ୍ପର୍କକୁ ନେଇ ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କଲେ ଶାଳୀ-ଭିଣୋଇ | କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ପଲସପାନି ଗ୍ରାମରେ ଏଭଳି ଘଟଣା ଘଟିଛି | ଏହି ଘଟଣାରେ ଭିଣୋଇଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ କୋକସରା ଥାନା ଅନ୍ତର୍ଗତ ପଲସପାଣି ଗ୍ରାମର ତୁଳସୀରାମ ନାଏକ, ଦହିଗାଁ (ଛତିଶଗଡ଼ )ର ସୁନୀତା ବୋଡକିଆଙ୍କ ସହ ଦୀର୍ଘ ବର୍ଷ ହେବ ପ୍ରେମ ସମ୍ପର୍କରେ ଥିଲେ | ଉଭୟ ସମ୍ପର୍କରେ ଶାଳୀ ଭିଣୋଇ ହୋଇଥିଲେ ବି ଦୁହେଁ ବିବାହିତ ଥିଲେ | ଗତ ମଙ୍ଗଳବାର ରାତିରେ ଉଭୟ ଘରୁ ଚାଲି ଯାଇଥିଲେ । ଏନେଇ ଗୁରୁବାର ଦିନ ଉଭୟ ପରିବାର ଲୋକେ ଏକ ବୈଠକ କରି ପୁଅ ଝିଅ(ଶାଳୀ ଭିଣୋଇ) ଙ୍କୁ ଡକାଇ ସମାଧାନର ରାସ୍ତା ଖୋଜୁଥିଲେ । କିନ୍ତୁ ଉଭୟ ଶାଳୀ ଭିଣୋଇ ଆପୋଷ କଥାବାର୍ତ୍ତା ହେବା ବାହାନାରେ ଟିକେ ଦୂରକୁ ଯାଇ ବିଷ ପିଇ ଦେଇଥିଲେ ।

ସେହିଠାରୁ ପରିବାର ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଏକ ଗାଡ଼ି ଯୋଗେ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ । କିନ୍ତୁ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଡାକ୍ତର ଭିଣୋଇକୁ ମୃତ ଘୋଷଣା କରିଥିବାବେଳେ ଶାଳୀର ଅବସ୍ଥା ଗୁରୁତର ରହିଥିବା ଜଣାଯାଇଛି। ତେବେ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରି ଥିବାବେଳେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି । ଉଲ୍ଲେଖ ଥାଉ କି ତୁଳସୀ ରାମ ନାଏକ ଆଜକୁ ୬ ବର୍ଷ ତଳେ ବିବାହ କରିଥିବାବେଳେ ତାଙ୍କ ଏକ ତିନି ବର୍ଷର ଝିଅ ମଧ୍ୟ ରହିଛି । ଅନ୍ୟପଟେ ପ୍ରେମିକା ସୁନୀତା ବୋଡକିଆ ମଧ୍ୟ ୭ ବର୍ଷ ତଳେ ଧର୍ମଗଡ଼ ବ୍ଲକ୍ ଡୁମେରଗୁଡ଼ାରେ ବିବାହ କରିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe