କେନ୍ଦୁଝର : କେନ୍ଦୁଝର ଜେଲ୍ରେ ଜଣେ କଏଦୀ ଜୁଡିଆ ପ୍ରଧାନ (୩୩) ଆଜି ବ୍ଲେଡରେ ନିଜ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଉପର ଧାଙ୍ଗରପଡା ଗାଁ’ର ଜୁଡିଆ ପ୍ରଧାନ (୩୩) ଏକ ହତ୍ୟା ମାମଲାରେ ଗିରଫ ହୋଇ ୨୦୦୯ ନଭେମ୍ବର ୧୬ରୁ କେନ୍ଦୁଝର ଜେଲ୍ରେ ବିଚାରାଧୀନ କଏଦୀ ଭାବେ ରହି ଆସୁଛନ୍ତି। ୨୦୧୦ ମସିହା ନଭେମ୍ବର ମାସରେ ଜୁଡ଼ିଆଙ୍କ ମାମଲାର ବିଚାର ହୋଇ ତାଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଥିଲା। ନିଜ ଦଣ୍ଡାଦେଶକୁ ନେଇ ବିଷାଦରେ ରହୁଥିବା ଜୁଡ଼ିଆ ଆଜି ସନ୍ଧ୍ୟା ୬ଟାରେ ପାଇଖାନାକୁ ଯାଇଥିବା ବେଳେ ଏକ ବ୍ଲେଡ୍ରେ ନିଜ ବେକ କାଟି ଦେଇଥିଲେ। ଘଟଣା ଜାଣିବା ପରେ ଜେଲ୍ କର୍ମଚାରୀମାନେ ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ନେଇ ଯାଇଥିଲେ। ସେଠାରେ ତାଙ୍କୁ ସର୍ଜରୀ ଓ୍ଵାର୍ଡରେ ଚିକିତ୍ସା କରାଯାଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି ବୋଲି ଚିକିତ୍ସା କରୁଥିବା ଡାକ୍ତର ପି.କେ.ନାୟକ ସୂଚନା ଦେଇଛନ୍ତି।
ଜେଲ୍ରେ କଏଦୀର ଆତ୍ମହତ୍ୟା ଉଦ୍ୟମ : ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
Advertisment
Follow Us