ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା

Advertisment
ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ବଲାଙ୍ଗୀର: ପାରିବାରିକ କଳହରୁ ବଲାଙ୍ଗୀର ସହରର ବରପାଲିପଡ଼ାର ଘନଶ୍ୟାମ ରାଉତ (୨୮ବର୍ଷ) ନାମକ ଜଣେ ଯୁବକ ମଙ୍ଗଳବାର ରାତିରେ ଆତ୍ମହତ୍ୟା କରିଛନ୍ତି। ରାତିରେ ସେ ବେକରେ ଶାଢ଼ି ଦେଇ ଘରର ରେଲିଂରେ ଝୁଲି ପଡ଼ିଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ଆଣିଥିଲେ।

ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଦେଢ଼ବର୍ଷ ହେଲା ସେ ବିବାହ କରିଥିଲେ ମଧ୍ୟ କୌଣସି ପିଲାଛୁଆ ହୋଇ ନଥିଲେ। ଏହାକୁ ନେଇ ଘନଶ୍ୟାମ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ଗଣ୍ଡୋଗୋଳ ହେଉଥିଲା। ମଙ୍ଗଳବାର ଘନଶ୍ୟାମଙ୍କ ଶ୍ୱଶୁର ଆସି ତାଙ୍କ ଝିଅକୁ ନେଇ ଯାଇଥିଲେ। ଏଥିରେ ମାନସିକ ଭାରସାମ୍ୟ ହରାଇ ଘନଶ୍ୟାମ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe