କଲେଜ ଛତ୍ରଙ୍କ ଆତ୍ମହତ୍ୟା: ହ୍ବାଟ୍‌ସଆପ୍‌ ଷ୍ଟାଟସରେ ସୁଇସାଇଡ୍ ନୋଟ୍

ସର୍ପାଘାତରେ ନାବାଳିକା ମୃତ

ରାଇଘର: ନବରଂପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଚଲାଣପାରା ଜଂଗଲ ମଧ୍ୟରେ ଆଜି ଜଣେ କଲେଜ ଛାତ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ଛାତ୍ର ଜଣକ ଦେବାଗାଁ ପଂଚାୟତ ଅନ୍ତର୍ଗତ କୁରୁବେଲା ଗ୍ରାମର ତିହାରୁ ଗଣ୍ଡଙ୍କ ପୁଅ ନିତ୍ୟ ଗଣ୍ଡ (୧୯) ଓ ସେ ରାଇଘର ପଂଚାୟତ ସମିତି କଲେଜର +୨ ଏକ୍ସ ରେଗୁଲାର୍ ଛାତ୍ର ଥିଲେ। ଅପରପକ୍ଷରେ ମୃତ୍ୟୁ ପୂର୍ବରୁ ନିତ୍ୟ ନିଜ ମୋବାଇଲରେ ଆଜି ହ୍ବାଟ୍‌ସଅପ୍ ଷ୍ଟାଟସ୍‌ରେ ଏକ ସୁଇସାଇଡ୍ ନୋଟ୍ ପୋଷ୍ଟ କରିଥିବା ଜଣାପଡିଛି |

ସୂଚନା ଅନୁଯାୟୀ ଆଜି ସକାଳୁ ନିତ୍ୟ ଘରେ ଖାଈ ସାରି ରାଇଘର ଯାଉଛି କହି ସକାଳୁ ଏକ ପେସନ୍ ବାଇକ ଗାଡ଼ି ନମ୍ବର ଓଡି ୨୪ ୩୨୯୮ ଯୋଗେ ଘରୁ ବାହାରି ଯାଇଥିଲା। କିନ୍ତୁ ଦିନ ଦ୍ବିପହରରେ ଖୁଟୁଗାଁ ଠାରୁ ଚାଲାଣପାରା ଯିବା ରାସ୍ତାର ଜଂଗଲ ନିକଟରେ ଏକ ବାଇକ ଦୀର୍ଘ ସମୟ ଧରି ରହିଥିବା ଦେଖି କିଛି ଲୋକେ ଜଂଗଲ ଭିତରକୁ ପଶି ଥିଲେ। ରାସ୍ତା ଠାରୁ ପ୍ରାୟ ୨୦ ମିଟର ଦୂରରେ ଥିବା ଏକ ଶାଳ ଗଛରେ ନିତ୍ୟରେ ଝୁଲନ୍ତା ଶବ ଦେଖିବାକୁ ପାଇଥିଲେ। ପରେ ଏହି ଘଟଣା ଚାରିଆଡେ ପ୍ରଚାର ହୋଇ ଯାଇଥିଲା।

ଅନ୍ୟପଟେ ପ୍ରାୟ ୩ଟା ସମୟରେ କଚରାପାରା ସାପ୍ତାହିକ ହାଟରେ ଥାଇ ବାପା ନିତ୍ୟର ମୃତ୍ୟୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଏ ନେଇ ରାଇଘର ଥାନାରେ ଲିଖିତ ଜଣାଇବା ପରେ ପୁଲିସ ଘଟଣା ସ୍ଥଳରୁ ଶବ ଉଦ୍ଧାର କରିଛି। ସନ୍ଧ୍ୟା ହୋଇଯିବା ଫଳରେ ଆଜି ଶବ ବ୍ୟବଚ୍ଛେଦ ହୋଇ ପାରିନଥିବା ବେଳେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ଏକ ସୁଇସାଇଡ୍ ନୋଟ୍‌କୁ ନେଇ ତଦନ୍ତ କରାଗଲେ ନିତ୍ୟର ଆତ୍ମହତ୍ୟାର କାରଣ ଜଣାପଡ଼ିବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe