ଚାକିରି ନ ମିଳିବାରୁ ଟ୍ରେନ୍‌ ଆଗକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା

Advertisment
ରେଳଧାରଣାରେ ଯୁବ ଠିକାଦାରଙ୍କ ମୃତଦେହ

Economic Times

ନୟାଗଡ଼ : ଶନିବାର ସକାଳୁ ସକାଳୁ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଧୀନ ନାଟୁଗାଁ ବଡ଼ସାହିର ଆନନ୍ଦଚନ୍ଦ୍ର ପରିଡ଼ାଙ୍କ ଝିଅ ପୂଜାରାଣୀ ପରିଡ଼ା (୨୧) ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେ ଡେଙ୍ଗେରାଗୋଡ଼ି ‌ରେଳଲାଇନ୍‌ଠାରେ ନୂଆଗାଁ-ପୁରୀ ପାସେଞ୍ଜର ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଥିଲେ। ଚାକିରି ନ ପାଇଁ ମାନସିକ ଅଶାନ୍ତିରେ ଥିବା ପୂଜାରାଣୀ ଏଭଳି ଚରମ ପଦକ୍ଷେପ ନେଇଥିବା ତାଙ୍କ ବାପା କହିଛନ୍ତି।

ଖବର ପାଇ ଘଟଣାସ୍ଥଳରେ ଖୋର୍ଦ୍ଧା ରୋଡ୍‌ ରେଲ୍‌ୱେ ପୁଲିସ, ଇଟାମାଟି ପୁଲିସ ପହଞ୍ଚିଥିଲେ। ଶବ ଜବତ୍‌ କରି ରେଲ୍‌ୱେ ପୁଲିସ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଖୋର୍ଦ୍ଧା ରୋଡ୍‌ ରେଲ୍‌ୱେ ପୁଲିସ ଓଆଇସି ଧରଣୀଧର ପ୍ରଧାନ କହିଛନ୍ତି। ପୂଜାରାଣୀ ସେନା ସମେତ ଅନ୍ୟାନ୍ୟ ଚାକିରିରେ ଭର୍ତ୍ତି ହେବା ଲାଗି ପ୍ରସ୍ତୁତି ତଥା ସାକ୍ଷାତକାର ଦେଉଥିଲେ। ଏଥିରେ ବିଫଳ ହେବାରୁ ମାନସିକ ଭାରସାମ୍ୟ ହରାଇ ଏଭଳି ପଦକ୍ଷେପ ନେଇଥିବା ତାଙ୍କ ବାପା ରିପୋର୍ଟ ପ୍ରଦାନ କରିଥିବା ରେଲୱେ ପୁଲିସ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe