ରିଆମାଳ ବନ ବିଭାଗର ଜଗୁଆଳିଙ୍କ ଆତ୍ମହତ୍ୟା  

Advertisment
ଛାତ୍ରାବାସରୁ ଝୁଲନ୍ତା ମୃତଦେହ ଜବତ

Image Courtesy of NDTV

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବନ ବିଭାଗ କର୍ମଚାରୀ ପୌଲସ୍ତି ପ୍ରଧାନ (୫୦) ମଂଗଳବାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ରିଆମାଳ ଥାନା ଅନ୍ତର୍ଗତ କଙ୍କରଖୋଳ ଗ୍ରାମର ପୌଲସ୍ତି ଜଗୁଆଳି ଭାବରେ କାର୍ଯ୍ୟରତ ଥିଲେ। ତେବେ, ଦରମା ପାଉ ନ ଥିବାରୁ ମାନସିକ ଅଶାନ୍ତି ଯୋଗୁଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ରିଆମାଳ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ପୌଲସ୍ତି କଙ୍କରଖୋଳ ପ୍ଲାଣ୍ଟେସନ ସାଇଟ୍‌ର ଜଗୁଆଳି ଭାବେ କାର୍ଯ୍ୟ କରୁଥିଲେ। ଗତ ୯ ମାସ ହେଲା ସେ ଦରମା ପାଉ ନ ଥିଲେ। ଫଳରେ ପରିବାର ଚଳାଇବାରେ ନାନା ସମସ୍ୟା ହେଉଥିଲା। ଏହାକୁ ନେଇ ପରିବାର ମଧ୍ୟରେ  ଅଶାନ୍ତି ଲାଗି ରହିଥିଲା। ଏ ବାବଦରେ ସେ ଫରେଷ୍ଟରଙ୍କୁ କହୁଥିଲେ ମଧ୍ୟ ସେ ଦରମା ବ୍ୟବସ୍ଥା ନ କରି ଓଲଟା ଗାଳିଗୁଲଜ କରିଥିବା ଭଳି ସଂଗିନ ଅଭିଯୋଗ ହୋଇଛି। ଶେଷରେ ଅନ‌ନ୍ୟୋପାୟ ହୋଇ ବିଷ ପିଇ ଦେଇଥିଲେ। ପରିବାର ଲୋକ ଜାଣି ସଙ୍ଗେ ସଙ୍ଗେ ନିକଟସ୍ଥ ଛତାବର ମେଡିକାଲକୁ ନେଇଥିଲେ।

ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ତାଙ୍କ ପୁତୁରା ଶମ୍ଭେଶ୍ବର ପ୍ରଧାନ ରିଆମାଳ ଥାନାରେ  ଲିଖିତ ଭାବରେ ଜଣାଇଥିଲେ। ରିଆମାଳ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।  ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ପକ୍ଷରୁ ଦାବି କରାଯାଇଛି। ଏ ବାବଦରେ ଥାନା ଅଧିକାରୀ ଲଳିତା ପ୍ରଧାନଙ୍କୁ ପଚାରିବାରୁ ଜଗୁଆଳି ଜଣଙ୍କ ୩ ମାସ ହେଲା କାର୍ଯ୍ୟ କରୁଥିଲେ। ଏହି ମାମଲା ବନ ବିଭାଗକୁ ହସ୍ତାନ୍ତର କରିଥିବା କହିଛନ୍ତି। ରେଞ୍ଜର ନିରଞ୍ଜନ ଧରୁଆଙ୍କୁ ପଚାରିବାରୁ ତଦନ୍ତ ଚାଲିଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe