ବିବାହିତ ଯୁବକଙ୍କ ଆତ୍ମହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

Advertisment
ଥାଲାସେମିଆରେ ଯୁବକ ମୃତ, ବର୍ଷକରେ ଦୁଇ ଭାଇଙ୍କ ଜୀବନ ଗଲା

ThePleasantDream

ପାଟଣାଗଡ଼: ପାଟଣାଗଡ଼ ସମଲେଇ ନଗରରେ ରହୁଥିବା ଧନେଶ୍ବର ବେହେରା(୩୦ବର୍ଷ) ନାମକ‌ ଜଣେ ବିବାହିତ ଯୁବକ ଶୁକ୍ରବାର ରାତିରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ତାଙ୍କ ବାପା କଟକ ଚାଉଳିଆଗଞ୍ଜ ଥାନା ଗତିରାଉତ ପାଟଣାର ଗଙ୍ଗାଧର ବେହେରା ପୁଅକୁ ବୋହୂ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି।

ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ, ଗତିରାଉତ ପାଟଣାର ଧନେଶ୍ବର ୨୦୨୦ ମସିହାରେ କଟକ ଜିଲ୍ଲାର ଶୁଚିସ୍ମିତା ଦଳେଇଙ୍କୁ ବିବାହ କରିଥିଲେ। ଶୁଚିସ୍ମିତା ସବ୍‌ଜଜ୍‌ କୋର୍ଟରେ ଷ୍ଟେନୋ ଭାବେ କାମ କରନ୍ତି। ସେ ୬ ମାସ ତଳେ ମାତୃ୍ତ୍ବ ଛୁଟି ନେଇଥିଲେ। ଧନେଶ୍ବର ମଧ୍ୟ ପାଟଣାଗଡ଼ରେ ରହୁ ନଥିଲେ। ଛୁଟି ସରିବା ପରେ ଗତ କିଛି ଦିନ ହେଲା ଶୁଚିସ୍ମିତା ଚାକିରିରେ ଯୋଗ ଦେଇଥିଲେ ଏବଂ ପାଟଣାଗଡ଼ ସମଲେଇନଗର ଘରେ ଏକୁଟିଆ ରହୁଥିଲେ। ଗତ ୮ ତାରିଖ ଦିନ ଧନେଶ୍ବର ତାଙ୍କ ସ୍ତ୍ରୀ ଶୁଚିସ୍ମିତାଙ୍କ ପାଖକୁ ଆସିଥିଲେ।

ଉଭୟ ସ୍ବାମୀ ସ୍ତ୍ରୀ ମଧ୍ୟରେ ପାରିବାରିକ କଳହ ଲାଗି ରହୁଥିଲା। ଶୁଚିସ୍ମିତା ଧନେଶ୍ବରଙ୍କୁ ଗୋଇଠା ମାରୁଥିବା ଏବଂ ଜୀବନରେ ମାରିଦେବାକୁ ଧମକ ଦେଉଥିଲେ ବୋଲି ଧନେଶ୍ବର ତାଙ୍କ ପରିବାର ଲୋକଙ୍କୁ ଫୋନ୍‌ରେ ଜଣାଇଥିବା ବିଷୟରେ ଗଙ୍ଗାଧର ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ଶୁକ୍ରବାର ରାତିରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝାମେଲା ହୋଇଥିଲା ଓ ଧନେଶ୍ବର ଆତ୍ମହତ୍ୟା କରିଥିବା ବେଳେ ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଧନେଶ୍ବରଙ୍କୁ ଡାକ୍ତର ମୃତ ଘଷଣା କରିଥିଲେ। ଖବର ପାଇ ପୁଲିସ ଶବ ଜବତ କରିଥିଲା। ଶନିବାର ସକାଳେ ଗଙ୍ଗାଧର ପାଟଣାଗଡ଼ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe