ଋଣ ଚାପରେ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

Advertisment
ଛାତ୍ରାବାସରୁ ଝୁଲନ୍ତା ମୃତଦେହ ଜବତ

Image Courtesy of NDTV

ବାମରା: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍‌ ଉଚ୍ଚକାପାଟ ପଞ୍ଚାୟତ ଅନ୍ତର୍ଗତ କେଛୁପାଣି ଗ୍ରାମର ଜଣେ ବ୍ୟକ୍ତି ପ୍ରାଇଭେଟ୍‌ ଫାଇନାନ୍ସ କମ୍ପାନିର ଅତ୍ୟଧିକ ଋଣ ଚାପ ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ମୃତକଙ୍କ ପତ୍ନୀ। ଅଭିଯୋଗ ଅନୁସାରେ କେଛୁପାଣି ଗ୍ରାମର ସ୍ବର୍ଗତ କନ୍ଦର୍ପ ନଏକଙ୍କ ପୁଅ ପିଣ୍ଟୁ ନାଏକ(୩୦) ଗତ କିଛି ବର୍ଷ ଆଗରୁ ଏକ ମୁଡ଼ି ମିଲ କରି ପରିବାର ଚଳାଉଥିଲେ। ପରିବାରରେ ତାଙ୍କର ସ୍ତ୍ରୀ ଦମୟନ୍ତୀ ନାଏକ ଓ ଗୋଟିଏ ୨ ବର୍ଷର ଶିଶୁ କନ୍ୟା ଅଛନ୍ତି।

ଆଗରୁ ବାପା-ମା’ଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଗତ ୬ ମାସ ତଳେ ଭାଇଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇସାରିଛି। ପିଣ୍ଟୁ ମାଇକ୍ରୋ ଫାଇନାନ୍ସ ଜରିଆରେ ନିଜ ସାମର୍ଥ୍ୟରୁ ବାହାରେ ବହୁ ସଂସ୍ଥାରୁ ଋଣ ନେଇଥିଲେ। କିନ୍ତୁ ଋଣ ପରିଶୋଧରେ ସକ୍ଷମ ନ ହେବା ଦ୍ବାରା କମ୍ପାନୀ ପକ୍ଷରୁ ମାତ୍ରାଧିକ ଚାପ ପକାଯାଉଥିଲା। ଏହାକୁ ନେଇ ସେ ମାନସିକ ସନ୍ତୁଳନ ହରାଇ ବସିଥିଲେ। ଶେଷରେ ଶୁକ୍ରବାର ମଧ୍ୟରାତ୍ରିରେ ନିଜ ମୁଢ଼ି ମିଲ ଭିତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆଜି ସକାଳେ ଖବର ପାଇ ଗୋବିନ୍ଦପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ଗୋବିନ୍ଦପୁର ଡାକ୍ତରଖାନାକୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନାଧିକାରୀ ଅଜୟ ଜେନା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe