ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା: କ୍ଷତିପୂରଣ ଦାବିରେ ରାସ୍ତାରୋକ

Advertisment
ବିଫଳତାକୁ ଗ୍ରହଣ କରିପାରୁ ନାହାନ୍ତି, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା

english.aarthiknews.com

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ବତନ୍ତ୍ର ଉପକାରାଗାରରେ ଆଜି ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ, ତାରସିଂ ଥାନା ବୁଢ଼ାବାରୀ ଗ୍ରାମର ଦୀପକ ବାରିକ। ଗତ ମାସ ୨୫ରେ ଦୀପକ ‌ତାଙ୍କ ପତ୍ନୀ ରଶ୍ମିତାଙ୍କୁ ହତ୍ୟା ମାମଲାରେ ଭଞ୍ଜନଗର ଜେଲ୍‌ରେ ବିଚ‌ାରାଧୀନ କଏଦୀ ଭାବେ ଥିଲେ। ଆଜି ସକାଳୁ ବାଥରୁମ୍‌କୁ ଗାଧୋଇବା ପାଇଁ ଯାଇ ବହୁ ସମୟ ଧରି ଫେରି ନଥିଲେ। କବାଟ ଖୋଲି ଦେଖିବା ବେଳକୁ ଏକ ରେଲିଂରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତୁରନ୍ତ ତାଙ୍କୁ ଭଞ୍ଜନଗର ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ବୋଲି ଅଧୀକ୍ଷକ ଦଣ୍ଡପାଣି ପାତ୍ର ସୂଚନା ଦେଇଛନ୍ତି। ତେବେ ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଦୀପକଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଆସନ୍ତାକାଲି (ଡିସେମ୍ବର ୧୭) ବ୍ୟବଚ୍ଛେଦ ହେବ। ଅନ୍ୟପକ୍ଷରେ ମୃତ୍ୟୁର ପ୍ରକୃତ କାରଣ ଖୋଜି ବାହାର କରିବା, ଉପଯୁକ୍ତ ନ୍ୟାୟ ଓ କ୍ଷତିପୂରଣ ପ୍ରଦାନ ଦାବିରେ ପରିବାରବର୍ଗ ତାରସିଂ ଥାନା ଗାୟାଗଣ୍ଡା, ଦଶପଲ୍ଲା ଓ ଭଞ୍ଜନଗର ମୁଖ୍ୟରାସ୍ତାକୁ ଅବ‌ରୋଧ କରିଥିଲେ। ତାରସିଂ ଥାନା ଅଧିକାରୀ ଅଶ୍ବିନୀ ଭିତିରିଆ ଓ ଜଗନ୍ନାଥପ୍ରସାଦ ତହସିଲଦାର ବିମଳ କିଶୋର ପାତ୍ର ପୁଲିସ ଟିମ୍ ସହ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe