ମୁଣ୍ଡକୁ ଗୁଳି ମାରି ଆତ୍ମହତ୍ୟା

Advertisment
କରୋନା ଆସିବା ପରେ ଚାଷୀ ଆତ୍ମହତ୍ୟାକୁ ବଳିଯାଇଛି ବ୍ୟବସାୟୀଙ୍କ ଆତ୍ମହତ୍ୟା

The News India

କାଳିଆପାଣି : ଯାଜପୁର ଜିଲ୍ଲା ଟମକା ଥାନା କିଆଝର ପଞ୍ଚାୟତ ଅନ୍ତର୍ଗତ ଟୁଙ୍ଗେଇଶୁଣି ମୁଣ୍ଡାସାହିରେ ଗତକାଲି ରାତିରେ ଦିବାକର ନାଏକଙ୍କ ପୁଅ ମଙ୍ଗଲ(୩୫) ନିଜ ଦେଶୀ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବରପାଇ ଥାନା ଅଧିକାରୀ ସୁକାନ୍ତ କୁମାର ପାତ୍ର ସଦଳବଳ ରାତାରାତି ଟୁଙ୍ଗେଇଶୁଣିରେ ପହଞ୍ଚି ମୃତଦେହ ଓ ଏହା ପାଖରୁ ଏକ ଦେଶୀ ଠେସା ବନ୍ଧୁକ ଜବତ କରିଥିଲେ। ପୁଲିସର ପ୍ରାଥମିକ ତଦନ୍ତ ପରେ ଆଜି କଟକ ସାଇଣ୍ଟିଫିକ୍‌ ଟିମ୍‌ ପକ୍ଷରୁ ଏଏସ୍‌ଓ ଦିଲୀପ କୁମାର ସୁବୁଦ୍ଧି ସଦଳବଳ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ଦ୍ବାରା ବ୍ୟବହୃତ ବିଭିନ୍ନ ସାମଗ୍ରୀର ନମୁନା ଓ ଘଟଣା ସ୍ଥଳର ରକ୍ତ ଭିଜା ମାଟି ସଂଗ୍ରହ କରିଥିଲେ। ପୁଲିସ ଏ ସଂକ୍ର‌ାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ମଙ୍ଗଲ ୬ଟି ଶିଶୁ ସନ୍ତାନର ଜନକ। କାଳିଆପାଣି ଖଣି ଅଞ୍ଚଳ‌ରେ ଜଣେ ଠିକା ଲୋଡିଂ ଶ୍ରମିକ ଭାବେ କାମ କରୁଥିବା ମଙ୍ଗଲ ଗତ କିଛିଦିନ ହେଲା ରୋଜଗାର ହରାଇଥିଲେ। ଅଭାବ ଓ ଅନଟନ ପାଇଁ ଅଧିକାଂଶ ସମୟରେ ପତିପତ୍ନୀଙ୍କ ମଧ୍ୟରେ କଳି ଝଗଡ଼ା ହେଉଥିଲା। ଗତକାଲି ସଂଧ୍ୟାରେ ମଙ୍ଗଲ ମଦପିଇ ଘରକୁ ଫେରିବା ପରେ ଦମ୍ପତିଙ୍କ ମଧ୍ୟରେ ପୁଣି ଗଣ୍ଡ‌ଗୋଳ ‌ହୋଇଥିଲା। ପତ୍ନୀ ଓ ପିଲାମାନେ ଘର ସମ୍ମୁଖ ଚାଳିଆରେ ଶୋଇଥିଲେ। ମଙ୍ଗଲ ଝୁମ୍ପୁଡ଼ି ଭିତରେ ଶୋଇବାକୁ ଯାଇଥିଲେ। ଚାଳିଆ ଭିତରେ ଲୁଚାଇ ରଖିଥିବା ନିଜ ବନ୍ଧୁକ ଓ ଗୁଳି ଆଣି ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe