ଯାଜପୁର ଜିଲ୍ଲାର ସୁଜନପୁରରେ ରିଲିଫ ବିଭ୍ରାଟ୍: ପ୍ରବାସୀ ଲୋକଙ୍କ ନାମରେ ଚାଉଳ ଲୁଟ୍, ନାବାଳିକାକୁ ବି ଚାଉଳ

Advertisment

ବଣ୍ଟନରେ ସରପଞ୍ଚଙ୍କୁ ଅଣଦେଖା,ଟଙ୍କା ପାଇଁ ଖୋଜା ପଡ଼ିଲେ

ବଣ୍ଟନରେ ସରପଞ୍ଚଙ୍କୁ ଅଣଦେଖା,ଟଙ୍କା ପାଇଁ ଖୋଜା ପଡ଼ିଲେ

ଯାଜପୁର ଜିଲ୍ଲାର ସୁଜନପୁରରେ ରିଲିଫ ବିଭ୍ରାଟ୍: ପ୍ରବାସୀ ଲୋକଙ୍କ ନାମରେ ଚାଉଳ ଲୁଟ୍, ନାବାଳିକାକୁ ବି ଚାଉଳ

ଯାଜପୁର(ଅନିଲ କୁମାର ପଣ୍ଡା):  ବନ୍ୟା ପରେ ଯାଜପୁରରେ ମୁଣ୍ଡ ଟେକିଛି ରିଲିଫ ବିଭ୍ରାଟ। ପୂର୍ବରୁ ବିଭିନ୍ନ ଅଞ୍ଚଳରୁ ଚାଉଳ କାଟର ଚିତ୍ର ଆସୁଥିବା ବେଳେ ଏବେ ଯାଜପୁର ବ୍ଲକ ସୁଜନପୁର ପଞ୍ଚାୟତରେ ପ୍ରବାସୀ ଲୋକଙ୍କ ନାମରେ ଚାଉଳ ଲୁଟର ଚିତ୍ର ସାମ୍ନାକୁ ଆସିଛି।  ଖାଲି ସେତିକି ନୁହେଁ ନାବାଳିକା ଝିଅକୁ ଚାଉଳ ମିଳୁଥିବା ବେଳେ ଅନେକ ଭୂତ ଲୋକଙ୍କ ନାମରେ ରିଲିଫ ଚାଉଳ ହରିଲୁଟ୍ ହୋଇଛି, ଯାହାକୁ ନେଇ ଏବେ ପଞ୍ଚାୟତରେ ବିବାଦ ମୁଣ୍ଡ ଟେକିଥିବା ବେଳେ  ବନ୍ୟାକୁ ମାସେ ବିତିଥିବା ବେଳେ ରିଲିଫ ବଣ୍ଟନ  ମଧ୍ୟ ଶେଷ ହୋଇପାରିନାହିଁ।

ସୂଚନା ଅନୁସାରେ ଯାଜପୁର ବ୍ଲକର ସୁଜନପୁର ପଞ୍ଚାୟତରେ ଦେଖା ଦେଇଛି ରିଲିଫ ବିଭ୍ରାଟ।  ରାଜ‌ନୈତିକ ଉଦେଶ୍ୟ ରଖି  ସ୍ଥାନୀୟ ସରପଞ୍ଚଙ୍କୁ  ବ୍ଲକ ପ୍ରଶାସନର ଇଙ୍ଗିତରେ ଅଣଦେଖା କରାଯାଉଥିବାର ଅଭିଯୋଗ ଆସିଛି। ବନ୍ୟା ପ‌ରେ ପଞ୍ଚାୟତ‌ରେ କିଏ ରିଲିଫ ବାଣ୍ଟୁଛି, କେଉଁଠି ରହିଛି  ରିଲିଫ ସାମଗ୍ରୀ, କିଏ କିଏ ଯୋଗ୍ୟ ହିତାଧିକାରୀ ଅଛନ୍ତି ତାହା ସରପଞ୍ଚଙ୍କୁ ନ ଜଣାଇ କାର୍ଯ୍ୟ କରାଯାଉଥିଲା। କିନ୍ତୁ ଯେ‌ତେବେଳେ  ୫ଶହ ଟଙ୍କା ସହାୟତ ଅର୍ଥ କଥା ଆସିଲା ସେତେବେଳେ ଟଙ୍କା ଉଠାଣ ପାଇଁ ସରପଞ୍ଚଙ୍କୁ ଖୋଜା ପଡ଼ିବାରୁ ସରପଞ୍ଚ ଏଥିରେ ଅମଙ୍ଗ ହୋଇ ରିଲିଫ ତଥ୍ୟ ମାଗିଥିଲେ। ଫଳରେ ପଞ୍ଚାୟତରେ ହୋଇଥିବା ଅନିୟମିତତା  ସାମ୍ନାକୁ ଆସିଛି।  ୱାର୍ଡ ନଂ୧୦, ୧୧ ରେ ୮ ଜଣ ଲୋକ ଗାଁ ଛାଡ଼ି ଅନ୍ୟତ୍ର ରହୁଥିବା ବେଳେ ତାଙ୍କ ନାମରେ ଚାଉଳ ଉଠାଣ ହୋଇଛି। ଏପରିକି ଉଠାଣ ଖାତା‌‌ରେ ମିଥ୍ୟା ଦସ୍ତଖତ  ହୋଇଥିବା ଦେଖିବାକୁ ମିଳିଛି। ସେହିପରି ୯ ନଂ ୱାର୍ଡରେ ଗୋଟିଏ ଲୋକର ଭିନ୍ନ ନାମ କରି ଏବଂ ସ୍ବାମୀ ଓ ସ୍ତ୍ରୀ ଭିନ୍ନଭିନ୍ନ ଦର୍ଶାଇ ଚାଉଳ ବଣ୍ଟନ ହୋଇଥିବା ଜଣାଯାଇଛି। ଖାଲି ସେତିକି ନୁହେଁ ୬ ନଂ ୱାର୍ଡରେ  କୌଣସି ଆଦିବାସୀ ମହିଳା ନ ଥିଲେ ମଧ୍ୟ ମିଥ୍ୟା ନାମ ଯୋଡ଼ାଯାଇ ଚାଉଳ ଦିଆଯାଇଛି। ୱାର୍ଡ ୫ରେ ଜଣେ ୧୫ ବର୍ଷୀୟ ନାବାଳିକା ଝିଅର ରାସନ କାର୍ଡ କରାଯାଇ ତାଙ୍କୁ ମଧ୍ୟ ରିଲିଫ ଚାଉଳରେ ହିତାଧିକାରୀ ଭାବେ ଚିହ୍ନଟ କରାଯାଇଥିବା ଚିତ୍ର ସାମ୍ନାକୁ ଆସିଛି। ଗୋଟିଏ ପ‌ଟେ ପଞ୍ଚାୟତର ନିଜସ୍ବ ଗୋଦାମ ଘର ଥିବା ବେଳେ  ପଞ୍ଚାୟତ ଠାରୁ ଦୂରରେ ରିଲିଫ ଚାଉଳ ରଖି କିଛି ରାଜନୈତିକ କୁଜି ନେତାଙ୍କ ଉଦ୍ୟମରେ ଜୋରଜବରଦସ୍ତ ରିଲିଫ ବଣ୍ଟନ ହେଉଥିବା ସରପଞ୍ଚ ଅଭିଯୋଗ କରିଛନ୍ତି।

ପଞ୍ଚାୟତରେ ମାସେ ହେଲାଣି ଏପରି ସମସ୍ୟା ଲାଗି ରହିଥିଲେ ମଧ୍ୟ  ଯାଜପୁର ବିଡିଓ ସୌରଭ ଚକ୍ରବର୍ତୀ ଏହାକୁ ସମାଧାନ ନକରି କୁଜି ନେତାଙ୍କୁ ଦାୟିତ୍ବ ଦେଉଥିବା ଅଭିଯୋଗ କରିଛନ୍ତି ସରପଞ୍ଚ। ଅନ୍ୟ ପଟେ  ଯାଜପୁର ବ୍ଲକ୍ ‌  ଯୋଗାଣ ଅଧିକାରୀ ଘଟଣା ସ୍ଥଳକୁ ନଆସି ଅଫିସରେ ବସି ନିରବଦ୍ରଷ୍ଟା ସାଜିଥିବା ସରପଞ୍ଚ କହିଛନ୍ତି।  ପଞ୍ଚାୟତରେ ଅନିୟମିତତା ଜଳ ଜଳ ହୋଇ ଦେଖାଯାଉଥିବା ବେଳେ ଯୋଗାଣ ଅଧିକାରିଣୀ ଅଣ ସରକାରୀ କର୍ମଚାରୀଙ୍କୁ ଏହାର ସମାଧାନ ଦାୟିତ୍ବ ଦେବାକୁ  ପଞ୍ଚାୟତବାସୀ ଗ୍ରହଣ ବିରୋଧ କରୁଛନ୍ତି।  ତେବେ ଏନେଇ ଯାଜପୁର ବିଡିଓ ଏବଂ ଯୋଗାଣ ଅଧିକାରୀ ଇତିଶ୍ରୀ ଜେନାଙ୍କ  ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe