ସୁଜିତ କୁମାର ନା ଆଉ କିଏ? ଡିସେମ୍ବର ୨୦ରେ ରାଜ୍ୟସଭା ଉପନିର୍ବାଚନ

Advertisment

ଆସନ୍ତା ଡିସେମ୍ବର ୨୦ତାରିଖରେ ୪ଟି ରାଜ୍ୟରେ ଖାଲି ପଡ଼ିଥିବା ୬ଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ। ଏନେଇ ଭାରତ ନିର୍ବାଚନ କମିସନ ଆଜି କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି।

ଆସନ୍ତା ଡିସେମ୍ବର ୨୦ତାରିଖରେ ୪ଟି ରାଜ୍ୟରେ ଖାଲି ପଡ଼ିଥିବା ୬ଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ। ଏନେଇ ଭାରତ ନିର୍ବାଚନ କମିସନ ଆଜି କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି।

rajya sabha1

ଭୁବନେଶ୍ବର: ଆସନ୍ତା ଡିସେମ୍ବର ୨୦ତାରିଖରେ ୪ଟି ରାଜ୍ୟରେ ଖାଲି ପଡ଼ିଥିବା ୬ଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ। ଏନେଇ ଭାରତ ନିର୍ବାଚନ କମିସନ ଆଜି କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଏଥିରେ ଓଡ଼ିଶାର ଗୋଟିଏ ଆସନ ପାଇଁ ଉପନିର୍ବାଚନ ହେବ। ବିଜେଡିରୁ ରାଜ୍ୟସଭା ଯାଇଥିବା ସୁଜିତ କୁମାର ସେପ୍ଟେମ୍ବର ୬ରେ ହଠାତ୍ ରାଜ୍ୟସଭା ସାଂସଦ ପଦ ଓ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏହି ପଦବିଟି ଖାଲି ପଡ଼ିଛି। 

ସୁଜିତଙ୍କର କାର୍ଯ୍ୟକାଳ ଏପ୍ରିଲ ୨, ୨୦୨୬ରେ ଶେଷ ହେବାକୁ ଥିବାବେଳେ ସେ ଆଗୁଆ ଇସ୍ତଫା ଦେଇଥିଲେ। ତେଣୁ ଏବେ ଯିଏ ସାଂସଦ ଭାବେ ନିର୍ବାଚିତ ହେବେ ତାଙ୍କର କାର୍ଯ୍ୟକାଳ ଏପ୍ରିଲ ୨, ୨୦୨୬ ପର୍ଯ୍ୟନ୍ତ ରହିବ। ପୂର୍ବରୁ ମମତା ମହନ୍ତ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ସହ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ। ଏହାପରେ ବିଜେପି ତାଙ୍କୁ ପୁଣି ରାଜ୍ୟସଭାକୁ ପଠାଇଥିଲା। ସୁଜିତ କୁମାର ବି ସେହି ସମାନ ପନ୍ଥା ଆପଣାଇଛନ୍ତି। ସାଂସଦ ପଦରୁ ଇସ୍ତଫା ଦେବା ପରେ ଦିଲ୍ଲୀରେ ବିଜେପିରେ ଯୋଗଦେଇଥିଲେ। ତେଣୁ ଏବେ ବିଜେପି ସୁଜିତ କୁମାରଙ୍କୁ ପୁଣି ରାଜ୍ୟସଭାକୁ ପଠାଇବ ନା ଦଳର ଆଉ କେଉଁ ନେତାଙ୍କୁ ପଠାଇବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିଜେପିର ବହୁ ତୁଙ୍ଗ ନେତା ଏବେ ପଦପଦବି ଅାଶାରେ ଥିବାବେଳେ କେନ୍ଦ୍ରୀୟ ନେତୃତ୍ବ କାହା ଉପରେ ଭରସା କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର। ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ବିଜେପି ପ୍ରାର୍ଥୀ ନାମାଙ୍କନ ଭରିଲେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବେ। ସୂଚନାଯୋଗ୍ୟ ଯେ ଡିସେମ୍ବର ୨୦ରେ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ପାଇଁ ଡିସେମ୍ବର ୩ରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ୧୦ ତାରିଖ ନାମାଙ୍କନର ଶେଷ ତାରିଖ ରହିଛି। ୧୧ରେ ନାମାଙ୍କନ ଯାଞ୍ଚ ଓ ୧୩ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe