ଆଦିବାସୀଙ୍କ ଶୁଲିଆ ଯାତ୍ରା: ପୁଣି ରକ୍ତରଂଜିତ ହେଲା ଖଇରଗୁରା ଓ କୁମରିଆ ଗାଁର ସାନଖଳା ଓ ବଡ଼ଖଳା

Advertisment
ଆଦିବାସୀଙ୍କ ଶୁଲିଆ ଯାତ୍ରା: ପୁଣି ରକ୍ତରଂଜିତ ହେଲା ଖଇରଗୁରା ଓ କୁମରିଆ ଗାଁର ସାନଖଳା ଓ ବଡ଼ଖଳା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ୍ ଖଇରଗୁରା ଓ କୁମରିଆ ଗାଁର ସାନଖଳା ଓ ବଡ଼ଖଳା ପୁଣି ରକ୍ତରଂଜିତ ହୋଇଛି। ଏଠାରେ ଭୋରରେ କୋଭିଡ୍ କଟକଣା ଭିତରେ ନୀତିକାନ୍ତି ସମାପନ ହୋଇଛି। ଆଦିବାସୀଙ୍କ ସୁଲିଆ ଯାତ୍ରାରେ ଭୋର ସମୟରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ପାଟବୋଦା ଶୋଭାଯାତ୍ରା ଅନୁଷ୍ଠିତ ହେବା ପରେ ଉପରୋକ୍ତ ସ୍ଥାନରେ କୁକୁଡ଼ା ବଳିପଡ଼ିଛି। ତେବେ ଆଜି ଏହି ଉତ୍ସବ ଫିକା ପଡ଼ିଛି।
ଆଦି ସଂସ୍କୃତିର ଆଦି ପରମ୍ପରା ଆଦିବାସୀଙ୍କ ଶୁଲିଆ ଯାତ୍ରା। ଭିନ୍ନ ଏ ଯାତ୍ରାର ନୀତିନିୟମ। ଆଦିବାସୀ ପରମ୍ପରା ଅନୁଯାୟୀ ଏଠି ବଳି ଦେବାର ପ୍ରଥା ଓ ପରମ୍ପରା ରହିଛି। କନ୍ଧ ଆଦିବାସୀଙ୍କ ମତରେ ଶୁଲିଆ ବୁଢ଼ା ଏକ ମାନସିକ ଦିଅଁ। ତେଣୁ ଅନେକ ଲୋକଙ୍କର ମାନସିକ ପୂରଣ ହେଉଥିବାରୁ ଲୋକେ କୁକୁଡ଼ା, ବୋଦା, ମେଣ୍ଢା ଓ ପୋଢ଼ ଭୋଗ ଆକାରରେ ଆଣିଥାନ୍ତି। ଏପରିକି ଜିଲ୍ଲା ବାହାରରୁ ବି ଭକ୍ତଙ୍କ ସୁଅ ଛୁଟିଥାଏ। ହଜାର ହଜାର ପଶୁ ବଳିରେ ରକ୍ତରଂଜିତ ହୋଇଯାଏ ଦେଓଗାଁ ବ୍ଲକ୍ ଖଇରଗୁରା ଓ କୁମରିଆ ଗାଁର ସାନଖଳା ଓ ବଡ଼ଖଳା। କାହିଁ କେତେ ବର୍ଷରୁ ଚାଲିଆସିଛି ଆଦିବାସୀଙ୍କ ଏ ପ୍ରଥା ଓ ପରମ୍ପରା। ବିଗତ ଦିନରେ ସାଧାରଣ ଲୋକଙ୍କୁ ବଳି ବିରୋଧରେ ସଚେତନ କରିବା ପାଇଁ କିଛି କିଛି ପଦକ୍ଷେପ ନେଉଥିଲା ଜିଲ୍ଲା ପ୍ରଶାସନ। ହେଲେ ଏଥର ଖାମୋସ। କୌଣସି ଗାଁରେ ସଚେତନ କାର୍ଯ୍ୟକ୍ରମ ହୋଇନାହିଁ। ସେପଟେ ରାତିପାହିଲେ ଶୁଲିଆ ଯାତ୍ରା। ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ସୋମବାର ସକାଳୁ ଅସ୍ତ୍ର ପୂଜା ସରିଛି। ମଝି ରାତିରେ ନିଶି ପୂଜା ହୋଇଛି।

publive-image
ବଡ଼ି ଭୋରରୁ ପରମ୍ପରା ଅନୁଯାୟୀ ଶୁଲିଆ ବୁଢ଼ାକୁ ଆବାହନ କଲା ପରେ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଦୁଲଦୁଲି ବାଜାର ତାଳେ ତାଳେ ଶୋଭାଯାତ୍ରାରେ ଯିବେ କନ୍ଧ ଆଦିବାସୀ। ପ୍ରଥମେ ପାଟ ବୋଦାକୁ ବଳି ଦେଲା ପରେ ଭକ୍ତ ଆଣିଥିବା ପଶୁପକ୍ଷୀଙ୍କୁ ହାଣି ଚାଲିବେ ନିୟୋଜିତ ଝାଙ୍କରମାନେ। ଆଧୁନିକ ଯୁଗରେ ଏଭଳି ଏକ ମଧ୍ୟଯୁଗୀୟ ପରମ୍ପରା ଆଜି ବି ପ୍ରତିବର୍ଷ ପାଳିତ ହୋଇଆସୁଛି। ବଳପ୍ରୟୋଗ କରି ବଳି ବନ୍ଦ କରିବା ପାଇଁ ବିଗତ ଦିନରେ ଚେଷ୍ଟା କରିଥିଲା ପ୍ରଶାସନ। କିଛିକାଂଶରେ ସଫଳ ବି ହୋଇଥିଲା। ମୁଖ୍ୟ ଶୁଲିଆ ପୀଠ ମୁଖ୍ୟପୂଜାସ୍ଥଳୀରେ କିଛି ବର୍ଷ ଧରି ବଳି ବନ୍ଦ ବି ରହିଥିଲା। ହେଲେ ନିଜ ପରମ୍ପରା ଉପରେ ହସ୍ତକ୍ଷେପ ଅଭିଯୋଗ କରି ଭାଗ ହୋଇ ଯାଇଥିଲେ ଆଦିବାସୀ। ଅନ୍ୟ ଖଳା କରି ପରମ୍ପରାକୁ ବଜାୟ ରଖିଥିଲେ। ପ୍ରଶାସନର ବାରଣ ସତ୍ତ୍ବେ ଜୋରଜବରଦସ୍ତ ବଳି ଦେଇଥିଲେ। କିଛି ସଂଗଠନର କର୍ମକର୍ତ୍ତା ଓ ଶୁଲିଆ ପୀଠର ମୁଖ୍ୟପୂଜକ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟଙ୍କ ମତରେ କାହାରି ପରମ୍ପରାରେ କେହି ହସ୍ତକ୍ଷେପ କରିପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe