ଖଣ୍ଡପଡ଼ାରୁ ସୌମ୍ୟରଂଜନ ବିଜେଡି ପ୍ରାର୍ଥୀ, ୪ରେ ପ୍ରାର୍ଥିପତ୍ର ଦାଖଲ କରିବେ

Advertisment
ଖଣ୍ଡପଡ଼ାରୁ ସୌମ୍ୟରଂଜନ ବିଜେଡି ପ୍ରାର୍ଥୀ, ୪ରେ ପ୍ରାର୍ଥିପତ୍ର ଦାଖଲ କରିବେ

ଭୁବନେଶ୍ବର: ଖଣ୍ଡପଡ଼ାରୁ ବିଜେଡିର ବିଧାନସଭା ପ୍ରାର୍ଥୀ ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ହେବେ। ଏହି ମର୍ମରେ ମଙ୍ଗଳବାର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆନୁଷ୍ଠାନିକ ଘୋଷଣା ପରେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ଆନନ୍ଦ ପ୍ରକାଶ ପାଇଛି। ଦଳ ପକ୍ଷରୁ ପ୍ରାର୍ଥୀ ଘୋଷିତ ହେବା ପରେ ନିଜ ପ୍ରତିକ୍ରିୟାରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ୧୯୯୬ ମସିହାରେ ଭୁବନେଶ୍ବର ଆସନରୁ ଲୋକସଭାକୁ ନିର୍ବାଚିତ ହେବା ପରେ ମୁଁ ଖଣ୍ଡପଡ଼ା ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ହୋଇଆସୁଛି। ସେତେବେଳେ ଭୁବନେଶ୍ବର ଲୋକସଭା ଆସନର ଅଂଶବିଶେଷ ଥିଲା ଖଣ୍ଡପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ। ପରେ ମଧ୍ୟ ସେହି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ହୋଇ ଦୁଇ ଥର ନିର୍ବାଚନ ଲଢ଼ିଛି। ଗତଥର ଅଳ୍ପ ଭୋଟ୍‌ରେ ପରାଜିତ ହୋଇଥିଲେ ହେଁ ଖଣ୍ଡପଡ଼ାବାସୀଙ୍କ ସହ ମୁଁ ସବୁବେଳେ ରହି ଆସିଛି। ଉକ୍ତ ନିର୍ବାଚନମଣ୍ଡଳୀର ପ୍ରତିନିଧିତ୍ବ କରିବାର ମୋର ଏକ ଅଭିଳାଷ ରହିଆସିଛି। ପଠାଣୀସାମନ୍ତଙ୍କ ପୂଣ୍ୟଭୂମି ଖଣ୍ଡପଡ଼ାର ଜନତା ଏଥିପାଇଁ ମୋତେ ଅନୁରୋଧ କରି ଆସୁଛନ୍ତି। ଉକ୍ତ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ବ କରିବାକୁ ମୋର ଥିବା ଅଭିଳାଷ ଓ ଜନତାଙ୍କ ଭାବାବେଗକୁ ସ୍ବୀକୃତି ପ୍ରଦାନ କରି ମୁଖ୍ୟମନ୍ତ୍ରୀ ମୋତେ ସେଠାରୁ ପ୍ରାର୍ଥୀ କରିଥିବାରୁ ତାଙ୍କୁ କୃତଜ୍ଞତା ଜଣାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଶ୍ରୀ ପଟ୍ଟନାୟକ ଆସନ୍ତା ୪ ତାରିଖ ଗୁରୁବାର ଦିନ ପ୍ରାର୍ଥିପତ୍ର ଦାଖଲ କରିବେ। ବହୁ ସଂଖ୍ୟାରେ ଉପସ୍ଥିତ ରହିବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe