ବିଶ୍ବର ସର୍ବପୁରାତନ ମାରାଥନ୍‌ରେ ସୁମିତଙ୍କ ଚମକ: ଦକ୍ଷିଣ ଆଫ୍ରିକାର ‘କମ୍ରେଡ୍‌ ମାରାଥନ୍‌’କୁ ସାଢ଼େ ୧୦ ଘଣ୍ଟାରେ ଶେଷକଲେ

Advertisment
ବିଶ୍ବର ସର୍ବପୁରାତନ ମାରାଥନ୍‌ରେ ସୁମିତଙ୍କ ଚମକ: ଦକ୍ଷିଣ ଆଫ୍ରିକାର ‘କମ୍ରେଡ୍‌ ମାରାଥନ୍‌’କୁ ସାଢ଼େ ୧୦ ଘଣ୍ଟାରେ ଶେଷକଲେ

ରାଉରକେଲା: ରାଉରକେଲାର ଉଦୀୟମାନ ଅଲ୍‌ଟ୍ରାରନର୍‌ ସୁମିତ ସିଂହ ବିଶ୍ବର ସର୍ବପୁରାତନ ମାରାଥନ୍‌ ଦକ୍ଷିଣ ଆଫ୍ରିକାର ‘କମ୍ରେଡ୍‌ ମାରାଥନ୍‌’ର ୯୭ତମ ସଂସ୍କରଣରେ ଅନନ୍ୟ କୃତିତ୍ବ ଅର୍ଜନ କରିଛନ୍ତି। ୧୦ ଘଣ୍ଟା ୩୦ ମିନିଟ୍‌ରେ ୮୫.୯୧ କିଲୋମିଟର ଦୌଡ଼ି ଫିନିସ୍‌ ଲାଇନ୍‌ ଛୁଇଁଛନ୍ତି।

ଏହି ଚର୍ଚ୍ଚିତ ପ୍ରତିଯୋଗିତାରେ ଚଳିତବର୍ଷ ମାତ୍ରାଧିକ ପ୍ରତିଯୋଗୀ ସଂଖ୍ୟା ଯୋଗୁ ଠେଲାପେଲା ଦେଖିବାକୁ ମିଳିଥିଲା। ଦୌଡ଼ ଆରମ୍ଭ ହେବାର ୫୦ ମିଟର ଭିତରେ ଓ ୭୧ କିଲୋମିଟର ଅତିକ୍ରାନ୍ତ କଲାପରେ ଅନ୍ୟ ପ୍ରତିଯୋଗୀଙ୍କ ଦ୍ବାରା ଠେଲାପେଲାର ଶିକାର ହେବାରୁ ସୁମିତଙ୍କ ବେଗ ସାମାନ୍ୟ ଧିମେଇ ଯାଇଥିଲା। ତଥାପି ସେ ନିର୍ଦ୍ଧାରିତ ସମୟ ପୂର୍ବରୁ ଦୌଡ଼ ଶେଷ କରିବାରେ ସକ୍ଷମ ହୋଇଥିଲେ। ସୁମିତ ଏକମାତ୍ର ଓଡ଼ିଆ କ୍ରୀଡ଼ାବିତ୍‌ ଭାବେ ଏହି ବିଶ୍ବପ୍ରସିଦ୍ଧ ମାରାଥନ୍‌ରେ ସାମିଲ ହୋଇଥିଲେ। ଉଲ୍ଲେଖଯୋଗ୍ୟ, ଏହି ମାରାଥନ୍‌ ଦକ୍ଷିଣ ଆଫ୍ରିକାର ଡର୍‌ବାନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୭୬ଟି ଦେଶର ୨୫ ହଜାରରୁ ଅଧିକ ଧାବକଧାବିକା ଅଂଶଗ୍ରହଣ କରିଥିଲେ।

ଏଥିରେ ଭାରତରୁ ୩୨୩ଜଣ ଥିଲାବେଳେ ୨୮୨ ଜଣଙ୍କୁ ଦୌଡ଼ ଶେଷ କରିବା ସଫଳତା ମିଳିଛି। ପୁନେର ଦେବ ଚୌଧୁରୀ ୭ ଘଣ୍ଟା ୪ ମିନିଟରେ ମାରାଥନ ଶେଷକରି ଭାରତୀୟ ପ୍ରତିଯୋଗୀଙ୍କ ବର୍ଗରେ ପ୍ରଥମ ସ୍ଥାନରେ ରହିଛନ୍ତି। ସୂଚନାଯୋଗ୍ୟ, ସୁମିତ ଗତ ମାର୍ଚ୍ଚ ୧୨ ତାରିଖରେ ଟ୍ରେଡ୍‌ମିଲ୍‌ରେ ଲଗାତାର ୧୨ ଘଣ୍ଟା ଦୌଡ଼ି ତଥା ୬୮.୦୪ କିଲୋମିଟର ଅତିକ୍ରମକରି ‌ଗିନିଜ୍‌ ବୁକ୍‌ ଅଫ୍ ରେକର୍ଡସରେ ସ୍ଥାନ ପାଇଥିଲେ। ୨୦୨୩ ମେ’ ମାସରେ ୩୦ ଦିନରେ ଲଗାତାର ୩୩ଟି ଫୁଲ୍‌ ମାରାଥନ୍‌ ଦୌଡ଼ି ଇଣ୍ଟରନ୍ୟାସନାଲ ବୁକ୍‌ ଅଫ୍‌ ରେକର୍ଡସରେ ନିଜ ନାଁ ଲିପିବଦ୍ଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe