ସୁମିତ-ତପସ୍ବିନୀ ପାରିବାରିକ ମାମଲା: ଭରଣପୋଷଣ ପାଇଁ ୧୭ ହଜାର ନୁହେଁ, ୧୦ ହଜାର

Advertisment

ଅନ୍ତରୀଣ ରହିତାଦେଶ ଜାରିକଲେ ହାଇକୋର୍ଟ, ତପସ୍ବିନୀଙ୍କୁ ମାସିକ ୧୦ ହଜାର ଟଙ୍କା ଦେବେ ସୁମିତ

ଅନ୍ତରୀଣ ରହିତାଦେଶ ଜାରିକଲେ ହାଇକୋର୍ଟ, ତପସ୍ବିନୀଙ୍କୁ ମାସିକ ୧୦ ହଜାର ଟଙ୍କା ଦେବେ ସୁମିତ

ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ: ବହୁଚର୍ଚ୍ଚିତ ସୁମିତ-ତପସ୍ବିନୀ ପାରିବାରିକ ମାମଲାରେ ଗଞ୍ଜାମ ଜିଲ୍ଲା ଓ ଦୌରାଜଜ୍ ଅଦାଲତ ଜାନୁଆରି ୪ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ତପସ୍ବିନୀଙ୍କୁ ମାସିକ ୧୭ ହଜାର ଟଙ୍କା ପରିବର୍ତ୍ତେ ୧୦ ହଜାର ଟଙ୍କା ସୁମିତ ପ୍ରଦାନ କରିବେ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି।

ସୁମିତ ପ୍ରତି ମାସର ୧୦ ତାରିଖ ସୁଦ୍ଧା ତପସ୍ବିନୀଙ୍କୁ ଭରଣପୋଷଣ ବାବଦରେ ୧୦ ହଜାର ଟଙ୍କା ପ୍ରଦାନ କରିବେ। ଏଥିସହିତ ତପସ୍ବିନୀଙ୍କ ରହିବା ପାଇଁ ଆସ୍କାରେ ଭଡ଼ାଘର ବ୍ୟବସ୍ଥା ସୁମିତ କରିବେ। ତପସ୍ବିନୀଙ୍କ ପାଇଁ ଭଡ଼ାଘର ବ୍ୟବସ୍ଥା ପାଇଁ ସୁମିତ ପ୍ରସ୍ତାବ ଦେଇଥିବାବେଳେ ହାଇକୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି। ତପସ୍ବିନୀଙ୍କ ରହିବା ପାଇଁ ସୁମିତ ବିକଳ୍ପ ଘର ବ୍ୟବସ୍ଥା ଏକ ମାସ ଭିତରେ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ତପସ୍ବିନୀଙ୍କୁ ମାସିକ ୧୭ ହଜାର ଟଙ୍କା ପ୍ରଦାନ ସହିତ ଶ୍ବଶୁରଘରେ ରହିବା ସପକ୍ଷରେ ଜିଲ୍ଲା ଓ ଦୌରା ଜଜ୍ ଅଦାଲତ ପ୍ରଦାନ କରିଥିବା ରାୟକୁ ଚାଲେଞ୍ଜ କରି ଡାକ୍ତର ସୁମିତ କୁମାର ସାହୁ ଦାୟର କରିଥିବା ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ଶେଷ ସପ୍ତାହରେ କରାଯିବା ପାଇଁ ଧାର୍ଯ୍ୟ ହୋଇଛି।
ଏଠାରେ ଉଲ୍ଲେଖଯୋଗ୍ୟ, ବ୍ରହ୍ମାନଗରସ୍ଥିତ ଶ୍ବଶୁରଘରେ ତପସ୍ବିନୀ ରହିବେ ବୋଲି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ଅଦାଲତ ଜାନୁଆରି ୪ରେ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ପ୍ରତିମାସ ୧୦ ତାରିଖ ସୁଦ୍ଧା ତପସ୍ବିନୀଙ୍କୁ ୧୭ ହଜାର ଟଙ୍କା ଭରଣପୋଷଣ ବାବଦରେ ସୁମିତ ପ୍ରଦାନ କରିବେ। ତପସ୍ବିନୀଙ୍କ ପ୍ରତି କୌଣସି ପ୍ରକାର ଘରୋଇ ହିଂସା ଆଚରଣ ଯେପରି ନ ହେବ , ତାହା ସୁନିଶ୍ଚିତ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ବିରୋଧ କରି ସୁମିତ ହାଇକୋର୍ଟରେ ଆବେଦନ କରିଥିଲେ। ସୁମିତଙ୍କ ପକ୍ଷରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ଓ ତପସ୍ବିନୀଙ୍କ ତରଫରୁ ଆଇନଜୀବୀ ମାନସ ଚାନ୍ଦ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe