ଗ୍ଲୋବାଲ ଓଡିଶା ରାଇଜିଂ ଫାଉଣ୍ଡେସନ୍ ପକ୍ଷରୁ ଆଟିଜମ୍ ପିଲା ଓ ଅଭିଭାବକଙ୍କୁ ନେଇ ସମର କ୍ୟାମ୍ପ

Advertisment
ଗ୍ଲୋବାଲ ଓଡିଶା ରାଇଜିଂ ଫାଉଣ୍ଡେସନ୍ ପକ୍ଷରୁ ଆଟିଜମ୍ ପିଲା ଓ ଅଭିଭାବକଙ୍କୁ ନେଇ ସମର କ୍ୟାମ୍ପ

ଜୟପୁର: ଆବଶ୍ୟକତା ଚିକିତ୍ସା ଅଭାବରୁ ସମାଜର ମୁଖ୍ୟସ୍ରୋତରୁ  ବାଦପଡ଼ିଥିବା ଆଟିଜମ୍ ପ୍ରଭାବିତ୍ ପିଲାଙ୍କ ବିକାଶ ପାଇଁ ଗ୍ଲୋବାଲ ଓଡିଶା ରାଇଜିଂ ଫାଉଣ୍ଡେସନ୍ ଅଧିନରେ ଜୟପୁର ଲିଙ୍ଗରାଜନଗର ଠାରେ ଏକ ସ୍ବତନ୍ତ୍ର ଥେରାଫି ସେଣ୍ଟର ପ୍ରେମକୁଂଜ ଆରମ୍ଭ କରାଯାଇଛି। ଏହି କେନ୍ଦ୍ର ଜରିଆରେ ଆଜି ତାଲିମ/କମ୍ପୁଟର ଶିକ୍ଷା ନେବାର ବ୍ୟବସ୍ଥା ମଧ୍ୟ କରାଯାଇ ଅଛି।

ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ପକ୍ଷରୁ ସମର କ୍ୟାମ୍ପ ଆୟୋଜନ କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଭାଗ ନେଇ ପିଲାଙ୍କ ପାଇଁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ‌ ନେଇ ନିଜକୁ ସାମିଲ କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୀମାଂଚଳ ମିଶ୍ର, ସମ୍ମାନୀତ ଅତିଥି ଭାବେ କାଉନସିଲର ପାର୍ଥସାରଥୀ ମଲ୍ଲୀକ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କର ତାଲିମ ଓ ଶିକ୍ଷା ଉପରେ ସଂସ୍ଥାକୁ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ।

ସୂଚନଯୋଗ୍ୟ, ଏହି କେନ୍ଦ୍ରରେ ପିଲା ମାନଙ୍କର ଆଟିଜମ୍ ଦ୍ବାରା ସମସ୍ୟା ବିଷୟରେ ସମାଜ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ସେମାନଙ୍କ ମଧ୍ୟରେ ସୃଜନଶୀଳତା ଏବଂ ଅର୍ନ୍ତନିର୍ହିତ ପ୍ରତିଭାକୁ ବୃଦ୍ଧି କରିବା ଏହି କେନ୍ଦ୍ରର ମୂଳଲକ୍ଷ୍ୟ  ବୋଲି  ଅଧ୍ୟକ୍ଷ ଗଙ୍ଗାଧର ଷଡଙ୍ଗୀ ସୂଚନା ଦେଇଛନ୍ତି। ଆଜିର କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଷଡଙ୍ଗୀ, ସ୍ପେଶିଆଲ୍ ଏଜୁକେଟର ସୁହାନି ଚାନ୍ଦିନୀ ପାତ୍ର ପରିଚାଳନା କରିଥିଲେ। ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe