ତାତିଲା ଓଡ଼ିଶା

Advertisment
ତାତିଲା ଓଡ଼ିଶା

photo by : sureshixp.blogspot.com

ଭୁବନେଶ୍ୱର : ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଓଡ଼ିଶା। ସବୁଠି ବଢ଼ିଚାଲିଛି ତାପମାତ୍ରା। ପ୍ରତିଦିନର ତାପମତ୍ରା ଗୋଟିଏ ଲେଖାଏ ଡିଗ୍ରି ବଢ଼ୁଥିବାରୁ ତାତିି ଅସମ୍ଭାଳ ହେଉଛି। ସବୁବେଳେ ପଶ୍ଚିମ ଓଡ଼ିଶାର ସହରଗୁଡ଼ିକରେ ପ୍ରଥମେ ତାତି ବଢ଼ୁଥିବା ବେଳେ ଏବର୍ଷ ଏବେଠାରୁ ଉପକୂଳ ଓଡ଼ିଶା ତତଲା ପାଲଟିଲାଣି। ବାଲେଶ୍ୱର, ଭୁବନେଶ୍ୱର, ଅନୁଗୁଳ ଓ ସୋନପୁର ତାପମାତ୍ରା ଇତି ମଧ୍ୟରେ ୩୮ ଡିଗ୍ରି ପର ହୋଇଛି। ଏହି ୪ ସହର ତାପମାତ୍ରା ଆଜି ଯଥାକ୍ରମେ ପ୍ରଥମ ୪ଟି ମଧ୍ୟରେ ରହିଛି। ବାଲେଶ୍ୱରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮.୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୩୮.୨, ଅନୁଗୁଳରେ ୩୮.୧ ଓ ସୋନପୁରରେ ୩୮ ଡିଗ୍ରି ରେକର୍ଡ କରାଯାଇଛି।

ଦାରିଙ୍ଗବାଡ଼ିକୁ ଛାଡ଼ି ଅନ୍ୟ ସମସ୍ତ ସହରର ତାପମାତ୍ରା ଆଜି ୩୦ ଡିଗ୍ରି ଉପରେ ରହିଥିଲା। ୧୩ଟି ସହରର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଛି। ମାଲକାନଗିରି ସହର ତାପମାତ୍ରା ୩୭.୬ ଡିଗ୍ରି ରହିଥିବା ବେଳେ ବଲାଙ୍ଗିରରେ ୩୭.୫, ଢ଼େଙ୍କାନାଳରେ ୩୭.୨, କଟକରେ ୩୭, ସମ୍ବଲପୁରରେ ୩୬.୯, ଝାରସୁଗୁଡ଼ାରେ ୩୬.୮, ଚାନ୍ଦବାଲିରେ ୩୬.୭, ଭବାନୀପାଟଣାରେ ୩୫.୫ ଓ କେନ୍ଦୁଝରଗଡ଼ରେ ୩୫ ଡିଗ୍ରି ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଫେବ୍ରୁଆରି ମାସରୁ ଏଭଳି ତାତି ଅନୁଭୂତ ହେଉଥିବାରୁ ଆଗକୁ ଆହୁରି ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ପାଣିପାଗ କେନ୍ଦ୍ରର ନିର୍ଦେଶକ ଶରତ ସାହୁଙ୍କ ପୂର୍ବାନୁମାନ ଅନୁଯାୟୀ ମାର୍ଚ୍ଚ ପହିଲା ସୁଦ୍ଧା କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଛୁଇଁବାର ସମ୍ଭାବନା ରହିଛି। ଦକ୍ଷିଣ ପଶ୍ଚିମ ଦିଗରୁ ବୋହୁଥିବା ପବନର ବେଗ ହ୍ରାସ ପାଉଛି। ତେଣୁ ଉପକୂଳ ଓଡ଼ିଶାରେ ତାହାର ପ୍ରଭାବ ପଡ଼ୁଥିବାରୁ ତାପମାତ୍ରା ବୃଦ୍ଧି ପାଉଛି। ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ତାତି କମିବାର ସମ୍ଭାବନା ନାହିଁ। ହେଲେ କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ ଜିଲ୍ଲା ଆକାଶରେ ବାଦଲ ରହୁଛି। ତେଣୁ ଏହି ଅଞ୍ଚଳରେ ହାଲକା ବର୍ଷା ହେବାର ସମ୍ଭାବନା ରହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe