ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହ ଏଥର ରେକର୍ଡ ଟପିବ। ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ୫୬ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ। କିନ୍ତୁ ଏହି ପରିମାଣ ୭୦ ଲକ୍ଷ ମେଟ୍ରିକ୍ ଟନ୍କୁ ଟପିଯାଇପାରେ। ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଏହି ସୂଚନା ଦେଇଛନ୍ତି। ଚଳିତ ବର୍ଷ ନିୟମିତ ବ୍ୟବଧାନରେ ଧାନ ଚାଷ ଉପରେ ପ୍ରକୃତି ଦାଉ ସାଧିଥିଲା। ପ୍ରଥମେ ମରୁଡ଼ି, ତା’ପରେ କୀଟ ଆକ୍ରମଣ। ଶେଷକୁ ଅଦିନିଆ ବର୍ଷା। ଏସବୁ ଘଟଣା ଚାଷୀକୁ ଚିନ୍ତାରେ ପକାଇଦେଇଥିଲା। ତାହା ସତ୍ତ୍ୱେ ଚଳିତ ବର୍ଷ ରେକର୍ଡ ପରିମାଣରେ ଧାନ ସଂଗ୍ରହ କରାଯିବ। ବର୍ତ୍ତମାନ ସୁଦ୍ଧା ୨,୩୨,୦୭୫ ପଞ୍ଜୀକୃତ ଚାଷୀଙ୍କ ଠାରୁ ୧୪.୩୨ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଶେଷ ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ନଭେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିବା ଖରିଫ ଧାନ ସଂଗ୍ରହ ଆସନ୍ତା ଏପ୍ରିଲ୍ ମାସ ଯାଏଁ ଚାଲିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us