ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଜୁନ୍‌ ୧ରୁ ୧୬ ପର୍ଯ୍ୟନ୍ତ ଖରାଛୁଟି

Advertisment
ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଜୁନ୍‌ ୧ରୁ ୧୬ ପର୍ଯ୍ୟନ୍ତ ଖରାଛୁଟି

ଭୁବନେଶ୍ବର: ବିଦ୍ୟାଳୟ ପରେ ଏବେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ମଧ୍ୟ ଅଧିକ ଦିନ ଖରାଛୁଟି ମିଳିବ ନାହିଁ। କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଖରାଛୁଟି ନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ ଅଧ୍ୟକ୍ଷ ଓ ବିଶ୍ବବିଦ୍ୟାଳୟର କୁଳପତିମାନଙ୍କୁ ଚିିଠି ଲେଖାଯାଇଛି। ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ରଙ୍କ ଚିଠି ଅନୁସାରେ ଆସନ୍ତା ଜୁନ୍‌ ୧ରୁ ୧୬ ତାରିଖ ଯାଏଁ ଖରାଛୁଟି ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଖରାଛୁଟି ରହିବ।

ପୂର୍ବରୁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ସ୍କୁଲ ଖରାଛୁଟି ହ୍ରାସ କରିଦିଆଯାଇଛି। ସାଧାରଣତଃ ସ୍କୁଲଗୁଡ଼ିକରେ ପ୍ରତିବର୍ଷ ପ୍ରାୟ ଦେଢ଼ରୁ ଦୁଇ ମାସ ଖରାଛୁଟି ହେଉଥିବା ବେଳେ ଚଳିତବର୍ଷ ଏହାକୁ ୧୧ଦିନକୁ କମାଇ ଦିଆଯାଇଛି। ଚଳିତବର୍ଷ ଜୁନ୍‌ ୬ରୁ ୧୬ତାରିଖ ପର୍ଯ୍ୟନ୍ତ ଖରାଛୁଟି ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। କୋଭିଡ-୧୯ ମହାମାରୀ ଯୋଗୁ ଗତ ଦୁଇ ବର୍ଷ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଠପଢାରେ ହୋଇଥିବା କ୍ଷତିକୁ ଭରଣା କରିବା ପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧୀକରଣ (ଓସେପା) ଦ୍ବାରା ପ୍ରସ୍ତୁତ ଶୈକ୍ଷିକ ପୁନରୁଦ୍ଧାର ଯୋଜନା ମାଧ୍ୟ‌ମରେ ବର୍ତ୍ତମାନ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ବାରା ସକାଳୁଆ ସ୍କୁଲରେ ପାଠ ପଢ଼ା ହେବ ବୋଲି ନି‌ଷ୍ପତ୍ତି ହୋଇଥିବାରୁ ଖରାଛୁଟି ଅବଧି କମାଇ ଦିଆଯାଇଥିବା କୁହାଯାଇଛି। ଏହି ସମୟରେ (ମେ ୧ରୁ ଜୁନ୍‌ ୫ ପର୍ଯ୍ୟନ୍ତ) ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ହେବ। ଏହି ସମୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe