ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ ସ୍ଥଗିତ, ସ୍ବାଭାବିକ ଭାବେ କାର୍ଯ୍ୟ ହେବ

Advertisment

ନିମ୍ନ ଅଦାଲତରେ ବି ଗ୍ରୀଷ୍ମ ଅବକାଶ ସ୍ଥଗିତ

ନିମ୍ନ ଅଦାଲତରେ ବି ଗ୍ରୀଷ୍ମ ଅବକାଶ ସ୍ଥଗିତ

ହାଇକୋର୍ଟରେ ହାଜର ହେଲେ ଉଚ୍ଚଶିକ୍ଷା ସଚିବ
କଟକ: ଗ୍ରୀଷ୍ମ ଅବକାଶ ସମୟରେ ଏଥର ଅଦାଲତରେ ସ୍ବାଭାବିକ ଭାବେ କାର୍ଯ୍ୟ ହେବ। ହାଇକୋର୍ଟରେ ଚଳିତ ବର୍ଷ ଗ୍ରୀଷ୍ମ ଅବକାଶ ସ୍ଥଗିତ (ସସ୍‌ପେଣ୍ଡ) କରାଯାଇଛି। ଏ ନେଇ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯଦି ମେ’ ୩ ତାରିଖ ପରେ ଲକ୍‌ଡାଉନ ଅବଧି ବୃଦ୍ଧି ନ ପାଏ ତେବେ ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ ସ୍ଥଗିତ (ସସ୍‌ପେଣ୍ଡ୍) ରହିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। କରୋନା ଭୂତାଣୁକୁ ନେଇ ଦେଖା ଦେଇଥିବା ଜରୁରୀ ପରିସ୍ଥିତିରେ ଏହି ପ୍ରସଂଗରେ ଆଡଭୋକେଟ ଜେନେରାଲ, ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି, ଉପସଭାପତି, ସଂପାଦକଙ୍କ ସହିତ ଆଲୋଚନା କରାଯିବା ପରେ ଗ୍ରୀଷ୍ମ ଅବକାଶ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।
ସେହିଭଳି ଭାବେ ନିମ୍ନ ଅଦାଲତ (ସବ୍ଅର୍ଡିନେଟ୍ କୋର୍ଟ) ଗୁଡିକ ପାଇଁ ମଧ୍ୟ ସମାନ ନିର୍ଦ୍ଦେଶନାମା ହାଇକୋର୍ଟ ପକ୍ଷରୁ ଜାରି କରାଯାଇଛି। ରାଜ୍ୟରେ ଲକ୍‌ଡାଉନ ଯୋଗୁଁ ସୃଷ୍ଟି ହୋଇଥିବା ଜରୁରୀ ପରିସ୍ଥିତିରେ ନିମ୍ନ ଅଦାଲତରେ ଗ୍ରୀଷ୍ମ ଅବକାଶ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ କରୋନା ଭୂତାଣି ସଂକ୍ରମଣ ରୋକିବାକୁ ସାରା ଦେଶରେ ମାର୍ଚ୍ଚ ୨୫ରୁ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ହାଇକୋର୍ଟ ଓ ନିମ୍ନ ଅଦାଲତ ଗୁଡିକରେ ସ୍ବାଭାବିକ ଅଦାଲତି କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।
ଭିଡ ଏଡାଇବା ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାମଲା ଗୁଡିକର ଶୁଣାଣି କରାଯାଉଥିବା ବେଳେ ଇ-ଫାଇଲିଂ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଆଇନଜୀବୀ, ମହକିଲ, କର୍ମଚାରୀ ଓ ସାଧାରଣ ଲୋକଙ୍କ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯିବା ଆସିବା ଏକ ପ୍ରକାର ବନ୍ଦ ରହିଥିବା ବେଳେ ସାମାଜିକ ଦୂରତ୍ବ ରକ୍ଷା ନିୟମ କଡା କଡି କରାଯାଇଛି। ‌ଏଭଳି ପରିସ୍ଥିତିରେ ମାସାଧିକ କାଳ ହେଲା ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe