Sambad
କଟକ: ଆସନ୍ତାକାଲି ଠାରୁ ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା ଆରମ୍ଭ ହେବ। ସେଥିପାଇଁ ବୋର୍ଡ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ବିଭିନ୍ନ ନୋଡାଲ ସେଣ୍ଟରକୁ ପ୍ରଶ୍ନ ପତ୍ର ପଠା ସରିଛି। ପରୀକ୍ଷାର ୧୫ ମିନଟ ପୂର୍ବରୁ ପ୍ରଶ୍ନ ପତ୍ରର ସିଲ ଖୋଲାଯିଵ। ପରୀକ୍ଷାକୁ ଶୃଙ୍ଖଳିତ ଏବଂ କପି ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାଆଡର୍ଡ଼ ଗଠନ କରାଯାଇଛି। ଚଳିତବର୍ଷ ପରୀକ୍ଷାରେ ୫ ଲକ୍ଷ ୪୦ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ୩୦୨୯ ଟି କେନ୍ଦ୍ରରେ ଦେବେ ପରୀକ୍ଷା। ସେହିପରି ମଧ୍ୟମାରେ ୨୯୧୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ ଟି କେନ୍ଦ୍ର ଥିବା ବେଳେ ଓପନ ସ୍କୁଲ ସାର୍ଟିଫିକେଟ ପାଇଁ ୭୧୮୧ ଜଣ ପରୀକ୍ଷାର୍ଥୀ ୧୪୬ ଟି କେନ୍ଦ୍ରରେ ପରୀକ୍ଷା ଦେବେ। ୩୧୬ ନୋଡାଲ ସେଣ୍ଟର ଥିବାବେଳେ ପ୍ରଶ୍ନପତ୍ର କଡ଼ା ସୁରକ୍ଷାରେ ରହିବ। ମାଓ ପ୍ରଭାବିତ ଅଞ୍ଚଳରେ ୨୨ଟି ନୋଡାଲ ସେଣ୍ଟର କରାଯାଇଛି। ଯେଉଁଥିରେ କନ୍ଧମାଳ ୭, ମାଲକାନଗିରି ୧୦ ଓ କୋରାପୁଟର ୫ଟି ଥାନା ସାମିଲ ଅଛି।
Sambadତେବେ ସ୍କୁଲର ୧୦ କିମି ଭିତରେ ସବୁ ସେଣ୍ଟର କରାଯାଇଛି। ପରୀକ୍ଷାର ପ୍ରଥମ ଦିନ (ବୁଧବାର) ସକାଳ ୯ ଟାରେ ପରୀକ୍ଷାଆର୍ଥୀ ସେଣ୍ଟର ଭିତରକୁ ପ୍ରବେଶ କରିବେ। ଅନ୍ୟଦିନ ମାନଙ୍କରେ ୯ଟା ୧୫ ମିନିଟରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ। ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। କେବଳ ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ ସମୟ ମିଳିବ। କପି ରୋକିବା ପାଇଁ ସେଣ୍ଟ୍ରାଲ ସ୍କ୍ବାର୍ଡ଼ ସହ ଜିଲ୍ଲା ଶିକ୍ଷା ଅଧିକାରୀସ୍ତରୀୟ ସ୍କ୍ବାଆର୍ଡ଼ ଗଠନ ହେବ। ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ କେହି ବି ନେଇପାରିବେ ନାହିଁ। ପରୀକ୍ଷାର୍ଥୀ କେବଳ ପେନ ଓ ଆଡମିଟ କାର୍ଡ ବ୍ୟତୀତ ଅନ୍ୟ କିଛି ନେବେନି ବୋଲି କହିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା।
Follow Us