ଜାତିଆଣ ଆକ୍ଷେପ ମାମଲା: ବର୍ଷା ପ୍ରିୟଦର୍ଶିନୀଙ୍କୁ ସମନ ଜାରି କଲେ ଦିଲ୍ଲୀ ପଟିଆଲା କୋର୍ଟ

Advertisment
ଜାତିଆଣ ଆକ୍ଷେପ ମାମଲା: ବର୍ଷା ପ୍ରିୟଦର୍ଶିନୀଙ୍କୁ ସମନ ଜାରି କଲେ ଦିଲ୍ଲୀ ପଟିଆଲା କୋର୍ଟ

କଟକ: ଦିଲ୍ଲୀ ପଟିଆଲା କୋର୍ଟରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ସମନ ଆସିଥିବାର ଖବର ମିଳିଛି। ୨୦୨୩ ଜାନୁଆରି ୪ ତ‌ାରିଖରେ ଦିଲ୍ଲୀ ପଟିଆଲା କୋର୍ଟରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି। ନର୍ଥ ଆଭେନ୍ୟୁ ଥାନାରେ ହୋଇଥିବା ଜାତିଆଣ ଆକ୍ଷେପ ମାମଲା ନେଇ ଏହି ସମନ ଜାରି କରିଛନ୍ତି କୋର୍ଟ।

କେବଳ ବର୍ଷା ନୁହନ୍ତି, ବରଂ ତାଙ୍କ ମାଆ ଓ ଭଉଣୀଙ୍କୁ ବି ହାଜର ହେବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ। ଅନୁଭବଙ୍କ ଜଣେ ସହଯୋଗୀଙ୍କୁ ବର୍ଷା ଓ ତାଙ୍କ ମାଆ, ଭଉଣୀ ଜାତିଆଣ ଆକ୍ଷେପ କରିବା ନେଇ ଉକ୍ତ ଥାନାରେ ଏତେଲା ହୋଇଥିଲା। ଏହିକ୍ରମରେ ଗତ ସପ୍ତାହରେ ତଦନ୍ତକାରୀ ଏସପି ମହେଶ ଚାନ୍ଦ ମିନାଙ୍କ ନିର୍ଦେଶରେ ଥାନାର ଦୁଇ ଜଣ  କର୍ମଚାରୀ କଟକ ଆସିଥିଲେ। ସେମାନେ ବର୍ଷା ପ୍ରିୟଦର୍ଶିନୀଙ୍କ କଟକ ନନ୍ଦିସାହି ସ୍ଥିତ ଶାଶୂ ଘରେ ଏହି ସମନ ରଖିଥିଲେ। ଏହି ସମନ ପାଇବା ପରେ ବର୍ଷା କି ପଦକ୍ଷେପ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।

publive-image

KP Photo Collection

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସାଂସଦ ଅନୁଭବ ମହାନ୍ତିଙ୍କ ସହଯୋଗୀ ସୁଜିତ ଦଳାଇଙ୍କ ପ୍ରତି ଜାତିଆଣ ଆକ୍ଷେପ ଅଭିଯୋଗ ସଂପର୍କିତ ମାମଲାରେ ଦିଲ୍ଲୀ ପୁଲିସ୍‌ ନୋଟିସ୍‌ ଜାରି କରିବା ପରେ ବର୍ଷା, ତାଙ୍କ ମା’ ଓ ଝିଆରୀ ଜୁଲାଇ ୨୯ରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ। ଅଗଷ୍ଟ ୪ରେ ହାଇକୋର୍ଟ ଆବେଦନର ଶୁଣାଣି କରି ବର୍ଷା ଓ ଅନ୍ୟ ଦୁଇ ଆବେଦନକାରୀଙ୍କୁ ଦିଲ୍ଲୀ ନର୍ଥ ଆଭେନ୍ୟୁ ଥାନା ମାମଲା ନମ୍ବର ୪୨/ ୨୦୨୨ରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗିରଫ ନ କରିବାକୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଅଗଷ୍ଟ ୧୭ରେ ହାଇକୋର୍ଟ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି କରିଥିବା ବେଳେ ଆଜି ରାୟ ପ୍ରକାଶ ପାଇଛି।

ଏଠାରେ ସୂଚନାଯୋଗ୍ୟ, ଦିଲ୍ଲୀ ପୁଲିସ ଏସ୍‌ସି ଓ ଏସ୍‌ଟି ଆଇନ୍‌ ଅନୁଯାୟୀ ମାମଲା ରୁଜୁ କରିଥିଲା। ପରେ ଦିଲ୍ଲୀ ପୁଲିସର ଏକ ଟିମ୍‌ ପୁରୀଘାଟ ଥାନାରେ ପହଞ୍ଚି ସ୍ଥାନୀୟ ପୁଲିସ ଜରିଆରେ ବର୍ଷାଙ୍କୁ ନୋଟିସ୍‌ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe